ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ସିସିଟିଭି କ୍ୟାମେରାରେ ଭୟାନକ ଦୃଶ୍ୟ କଏଦ

Advertisment
ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ସିସିଟିଭି କ୍ୟାମେରାରେ ଭୟାନକ ଦୃଶ୍ୟ କଏଦ

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ଖଇରବଣି ଛକ ନିକଟସ୍ଥ ରାଜା ଢ଼ାବା ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ଖୁଣ୍ଟା ଥାନା ଅଧୀନ ପଶୁଦା ଗ୍ରାମର ସ୍ବର୍ଗତ ପ୍ରତାପ କବାଟର ପୁଅ ସୁମନ(୨୭)।

ସୂଚନା ଅନୁଯାଇ ସୁମନ ବାଇକ ଯୋଗେ ବୈଶିଙ୍ଗାରୁ କାମ ସାରି ନିଜ ମାମୁଘର ଗୋବିନ୍ଦପୁରକୁ ଦ୍ରୁତଗତିରେ ଯାଉଥିଲେ। ସେ ୧୮ ନଂ ଜାତୀୟ ରାଜପଥର ରାଜା ଢ଼ାବା ସମ୍ମୁଖରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହିତ ରାସ୍ତାରେ ଅନେକ ବାଟ ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ। ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ଢ଼ାବାରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁମନଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଥମେ ପୁଲିସ ମୃତଦେହକୁ ସଠିକ ଚିହ୍ନଟ କରିପାରି ନଥିବାବେଳେ ପରେ ଖବର ପାଇ ପଶୁଦା ଗ୍ରାମରୁ ତାଙ୍କ ବଡବାପା ଏବଂ ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚି ଶବ ଚି଼ହ୍ନଟ କରିଥିଲେ। ଆଜି ପୁଲିସ ଶବ ବ୍ୟବଛେଦ କରାଇବା ପରେ ପାଇବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe