ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ଭଦ୍ରକ ସହର

Advertisment
ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ଭଦ୍ରକ ସହର
ଭଦ୍ରକ: ଶ୍ରୀରାମ ଲାଲାଙ୍କର ଜନ୍ମଭୂମି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସହ ୫୦୦ ବର୍ଷର ସଂଘର୍ଷ, ବଳିଦାନ ଓ ପ୍ରତୀକ୍ଷାର ଅନ୍ତ ହୋଇଛି। ଏହି ଉପଲକ୍ଷେ ରବିବାର ଭଦ୍ରକର ହିନ୍ଦୁ ସଙ୍ଗଠକ ମାନସ ମହାନ୍ତିଙ୍କ ଆହ୍ୱାନରେ ବିଶାଳ ବାଇକ୍‌ ଶୋଭାଯାତ୍ରା ସ୍ଥାନୀୟ ନେହେରୁ ଷ୍ଟାଡିୟମରୁ ବାହାରି ନଗର ପରିକ୍ରମା କରି ଚରମ୍ପା ସ୍ଥିତ ଅଗ୍ରସେନ ଭବନ ଠାରେ ପହଞ୍ଚି ଥିଲା। ଉକ୍ତ ଶୋଭାଯାତ୍ରାରେ ଭଦ୍ରକ ନଗର ଓ ବ୍ଲକରୁ ଦେଢ଼ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ରାମ ଭକ୍ତ ଯୋଗ ଦେଇଥିଲେ। ଜୟ ଶ୍ରୀରାମ ନାରାରେ ଭଦ୍ରକ ସହର ପ୍ରକମ୍ପିତ ହୋଇଉଠି ଥିଲା।
ଶୋଭାଯାତ୍ରା ଶେଷରେ ଅଗ୍ରସେନ ଭବନରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଯୁବା ସନ୍ଥ ସ୍ୱାମୀ ମୁକୁନ୍ଦ କୃଷ୍ଣ ମହାରାଜଜୀ ଅଯୋଧ୍ୟାର ମହିମା ପ୍ରକାଶ କରି ବିଶ୍ୱର ସର୍ବ ପ୍ରାଚୀନ ନଗରୀ ବିଷୟ ସହିତ ଭଗବାନ ଶ୍ରୀରାମଙ୍କ ଜୀବନ ଓ ବର୍ତ୍ତମାନ ହିନ୍ଦୁ ସମାଜର ସ୍ଥିତି ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମାନସ ମହାନ୍ତି ତାଙ୍କର ଅଭିଭାଷଣରେ ବାଂଲାଦେଶୀ, ରୋହିଂଜ୍ଞା କିପରି ଧୀରେ ଧୀରେ ସମ୍ପୂର୍ଣ୍ଣ ସମାଜକୁ ଗ୍ରାସ କରିବାକୁ ବସିଲେଣି। ସରକାରଙ୍କ ପ୍ରଦତ୍ତ ସମସ୍ତ ଯୋଜନାକୁ କବ୍ଜା କରିବାକୁ ଲାଗିଛନ୍ତି, ଯେଉଁଥିପାଇଁ ହିନ୍ଦୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛି। ଏହାର ନିରାକରଣ ସହ ନିଶାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ଧର୍ମାନ୍ତରଣ, ଲଭ ଜିହାଦ, ଗୌ ହତ୍ୟା ଆଦିର ସମାଧାନ ପାଇଁ ହିନ୍ଦୁ ସମାଜ କୁ ସଙ୍ଗଠିତ ହେଲେ ସମ୍ଭବ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ୧୯୯୦ମସିହା ରେ ଅଯୋଧ୍ୟା ଯାଇଥିବା କର ସେବକ ରାମ ଭକ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମ ଭଦ୍ରକ ରାଜନିତୀରେ ଗୁଞ୍ଜରଣ ସୃଷ୍ଟି କରିଛି। ହିନ୍ଦୁବାଦୀ ସଙ୍ଗଠକ ଆଗକୁ ଆସିବା ବୋଲି ଚର୍ଚ୍ଚା ହେଉଛି। ଆଜିର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ବିପିନ ବିହାରୀ ପଣ୍ଡା କରିଥିବା ବେଳେ ଗାୟତ୍ରୀ ପରିବାରର ସମନ୍ୱୟ ସମିତିର ନରେନ୍ଦ୍ର ବାରିକ,ବାବା ଅନନ୍ତ ଦାସ ମଞ୍ଚାସୀନ ଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା ଦୃଷ୍ଟିରୁ ସଂଜୀବ ଦାସ, ଗୋପାଳ ମହାନ୍ତି, ବଳରାମ ଜେନା, ଭଗବାନ ଜେନା, ସୁଶାନ୍ତ ସାମଲ, ପ୍ରମୋଦ ନାୟକ,ସନ୍ତୋଷ ପଣ୍ଡା, ଗୌରାଙ୍ଗ ସାହୁ, ରଞ୍ଜନ ମହାଳିକ, ସତ୍ୟ ମହାଳିକ, ତପନ ମହାନ୍ତି, କ୍ଷିତିଶ ରାଉତ, ଅଶୋକ ଲେଙ୍କା, ଧୀରେନ ନାୟକ, ସନ୍ତୋଷ ପ୍ରଧାନ, ସତ୍ୟଜିତ ବାରିକ  ପ୍ରମୁଖ ଯୋଗ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe