Advertisment

୫ଟି ରୂପାନ୍ତରିତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ; ଉପର ଚକାଚକ ଭିତର ଫମ୍ପା

Advertisment
୫ଟି ରୂପାନ୍ତରିତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ; ଉପର ଚକାଚକ ଭିତର ଫମ୍ପା

ଘୁ ଉଦୟଗିରି: ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ପାଠ ପଢା ନିମନ୍ତେ ଉତ୍ତମ ବ୍ୟବସ୍ଥା ସହିତ ଭିତିଭୂମି ନିର୍ମାଣ କରିବା ପାଇଁ ୫ଟି ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କେତେକ ବିଦ୍ୟାଳୟର ୫ଟି ରୂପାନ୍ତରଣ କାମ ଅତିନିମ୍ନମାନର ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହଭଳି ଏକ ବିଦ୍ୟାଳୟ ହେଉଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଜାୟତ ଉଚ୍ଚ ବିଦ୍ୟାଳୟ। ଫଳରେ ୫ଟି ରୂପାନ୍ତରଣ ଯୋଜନା ଫେଲ ହୋଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ତରଫରୁ ତୃତୀୟ ପର୍ଯାୟରେ ଏହି ବିଦ୍ୟାଳୟର ୫ଟି ଯୋଜନା ଅନ୍ତର୍ଗତ ରୂପାନ୍ତରଣ କରାଯାଇଥିବା ବେଳେ ଅନେକ କାମରେ ଅନିୟମିତତା ସହ ନିମ୍ନମାନର କାମ କରାଯାଇଥିବା ଦେଖିବାକୁ ମିଳିଛି।

ଅନ୍ୟ ୫ଟି ସ୍କୁଲ ଗୁଡ଼ିକ‌ରେ ଭଲ ପେଭର ପକାଯାଇଥିବା ସହ ସୁନ୍ଦର ପରିବେଶ ହୋଇଛି। ସେହିଭଳି ରଟିଙ୍ଗିଆ ପଞ୍ଜାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଭଲ ପେଭର ପଡ଼ି ନ ଥିବା ଅଭିଯୋଗ ହୋଇଛି। ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀ ପାଇଁ କ୍ଳାସ ରୁମ ନାହଁ, ଅଷ୍ଟମ ଶ୍ରେଣୀରେ ପାଠ ପଢୁ ଥିବା ଛାତ୍ରଛାତ୍ରୀ ନିକଟରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁ ଥିବା ବେଳେ ଶିକ୍ଷକମାନେ ସେହି ସ୍କୁଲ କୁ ଯାଇ ପାଠ ପଢ଼ଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟଟି ୫ଟି ଅନ୍ତର୍ଗତ ହୋଇଥିବା ବେଳେ ଅଷ୍ଟମ ଶ୍ରେଣୀ ପାଇଁ କ୍ଳାସ ରୁମ ନଥିବା ୫ଟି ରୂପାନ୍ତରିକରଣ ଯୋଜନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ସ୍କୁଲ ପାଇଁ ଫାଟକ ନିର୍ମାଣ କରାଯାଇଛି। କିନ୍ତୁ ତାହା ମଧ୍ୟ ଅସମ୍ପୂର୍ଣ ରହିଛି। କେବଳ ବାହାରେ ରଂଗ ଦିଆଯାଇଥିବା ବେଳେ ସୁରକ୍ଷା କର୍ମୀ ରହିବା ସ୍ଥାନ ଚଟାଣ କାମ ଅସମ୍ପୂର୍ଣ ଅଛି।  ଭିତିରେ ପ୍ରସ୍ତର ବାହାରି ମାଟି ଦେଖା ଗଲାଣି। ଝରକା କାଚ ଫାଟିଲାଣି, ବିଦ୍ୟୁତ ସଂଯୋଗୀକରଣ ରେ ମଧ୍ୟ ତ୍ରୁଟି। ମୁଖ୍ୟ ଫାଟକ ଦେଇ ଛାତ୍ରଛାତ୍ରୀ ଯିବା ଆସିବା କରିବା କଥା କିନ୍ତୁ  ଫାଟକ ବ୍ୟବହାର ଯୋଗ୍ୟ ନୁହଁ। ଚାରିଆଡେ ଖୋଲା ମେଲା, ପାଚେରୀ ନାହଁ।

publive-image

ବିଦ୍ୟାଳୟ ମଧ୍ୟରେ ୧୨ ଗୋଟି ବଲବ ଲାଗିଛି। କିନ୍ତୁ କୌଣସି ବଲବ ଜଳୁ ନାହଁ। ଖରାପ ବଲବ ଲଗାଯାଇଥିବା ଅଭିଯୋଗ ହୋଇଛି।  ୩ଟି ଫ୍ୟାନ ଲଗାଯାଇଥିବା ବେଳେ ସେଥିରୁ ଦୁଇଟି  ଫ୍ୟାନକୁ ବିଦ୍ୟୁତ କାର୍ଯ୍ୟ କରିଥିବା କଣ୍ଟ୍ରାକ୍ଟର ନେଇ ଯାଇଥିବା ସୂଚନା ରହିଛି। ଏଠାରେ ଇଣ୍ଟେରନେଟ ବ୍ୟବସ୍ଥା ନାହଁ। ଯାହା ପ୍ରଶାସନ ପକ୍ଷରୁ ସଂଯୋଗ କରିବା କଥା। ଇ ଲାଇବ୍ରେରୀ ଅଛି କିନ୍ତୁ ବ୍ୟବହାର ଯୋଗ୍ୟ ନୁହଁ। କାରଣ ସେଠାରେ ମଧ୍ୟ ଇଣ୍ଟେରନେଟ ସଂଯୋଗ ହୋଇନାହିଁ । ଏଠାରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ବହୁତ ସୋଚନୀୟ କାରଣ ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଶିକ୍ଷକ ଶିକ୍ଷୟତ୍ରୀ ଅଭାବ। ବିଜ୍ଞାନ ଓ ଗଣିତ ଶିକ୍ଷକ ନ ଥିବାବେଳେ ୪ଜଣ ଶିକ୍ଷକ ପଦବି ଖାଲି ପଡ଼ିଛି ଓ ୪ ଜଣ ଶିକ୍ଷକରେ ସ୍କୁଲ ଚାଲିଥିବା ସୂଚନା ରହିଛି।

ମୁଣ୍ଡ ଉପରେ ଦଶମ ଶ୍ରେଣୀ ପରୀକ୍ଷା ପିଲା ଚିନ୍ତାରେ ଅଛନ୍ତି । ୫ଗୋଟି କମ୍ପୁଟର ରହିଥିବା ବେଳେ ୩ ଫେଜ ବିଶିଷ୍ଟ ବିଦ୍ୟୁତ ସଂଯୋଗୀକରଣ ହୋଇନଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ସରକାରୀ ଅନୁଦାନ କହିଲେ ନିର୍ବାଚିତ ଜନ ପ୍ରତିନିଧି ବିଧାୟକ ହୁଅନ୍ତୁ କି ଲୋକସଭା ସାଂସଦ ହୁଅନ୍ତୁ କୌଣସି ସରକାରୀ ସହାୟତା ପାଇ ନାହିଁ ଏହି ସ୍କୁଲ ଯାହା ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe