ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଯବାନଙ୍କୁ ସଫଳତା: ପଣ୍ଡ ହେଲା ବଡ଼ଧରଣର ହିଂସା ଯୋଜନା, ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ

Advertisment
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଯବାନଙ୍କୁ ସଫଳତା: ପଣ୍ଡ ହେଲା ବଡ଼ଧରଣର ହିଂସା ଯୋଜନା, ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯବାନଙ୍କୁ ବଡ ସଫଳତା ମିଳିଛି। ବାନରାଗାଡ଼ା ପାହାଡରେ ଦୁର୍ଦ୍ଦାନ୍ତ ନକ୍ସଲ ଜୀବନ କାଣ୍ଡୁଲାନା, ସୁରେଶ ମୁଣ୍ଡା, ଲୋଦରୋ ଲୋହାର ନେତୃତ୍ୱରେ ଚାଲିଥିବା ବଡଧରଣ ହିଂସା ଯୋଜନାକୁ ପଣ୍ଡ କରିଛନ୍ତି। ଯବାନଙ୍କ ଚଢାଉ ପରେ ନକ୍ସଲମାନେ କ୍ୟାମ୍ପ ଛାଡି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ଯବାନମାନେ ୫ କିଲୋଗ୍ରାମ ଓଜନର୍‌ ପାଇପ୍‌ ବୋମା, ୨ କିଲୋଗ୍ରାମ ଓଜନର ଦୁଇଟି ଟିଫିନ୍‌ ବୋମା, ଡେଟୋନେଟର୍‌, ତାର୍‌, ନକ୍ସଲ ପୁସ୍ତିକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଜବତ ବୋମାଗୁଡ଼ିକୁ ବୋମା ନିଷ୍କ୍ରିୟ ଦଳ ଦ୍ଵାରା ଘଟଣାସ୍ଥଳରେ ନିଷ୍କ୍ରିୟ କରି ଦିଆଯାଇଛି। ଘଟଣା ପରେ ସିଆରପିଏଫ୍‌ ଓ ଝାରଖଣ୍ଡ ଜାଗୁଆର ପୁଲିସର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି।

ମିଳିଥିବା ସୂଚନା ମୁତାବକ ନକ୍ସଲ ଜୀବନ କାଣ୍ଡୁଲାନା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସଙ୍ଗଠନର ସ୍ଥିତିକୁ ସୁଦୃଢ଼ କରିବାକୁ ଗତ କିଛି ଦିନ ହେବ ହିଂସାକାଣ୍ଡ ଭିଆଇ ଆସୁଥିଲା। ଆଜି ସଙ୍ଗଠନର କିଛି ସଦସ୍ୟ ଜରେଇକେଲାର ପ୍ରାୟ ୧୨୦ କି.ମି. ଦୂର ବାନରାଗାଡା ପାହାଡରେ ନିକଟରେ ଏକ କ୍ୟାମ୍ପ ଚଳାଇଥିବା ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା।

publive-image

ସୂଚନା ଆଧାରରେ ସିଆରପିଏଫ୍‌ ୬୦ ବଟାଲିୟନର୍‌ ସହାୟକ କମାଣ୍ଡାଣ୍ଟ ଏମ୍‌.ଏଚ୍‌ ସିଦ୍ଧିକ୍‌, କରାଇକେଲା ଥାନା ଅଧିକାରୀ ରଣଜିତ କୁମାର, ଝାରଖଣ୍ଡ ଜାଗୁଆର ପୁଲିସ ନେତୃତ୍ୱରେ ଗଠିତ ଟିମ୍‌ ବାନରାଗାଡା ପାହାଡକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe