ପ୍ଲାଟଫର୍ମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

Advertisment
ପ୍ଲାଟଫର୍ମରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ସମ୍ବଲପୁର : ନିଶା ବ୍ୟବସାୟୀମାନେ କାରବାର କରିବାକୁ ବାରମ୍ବାର ଟ୍ରେନ୍‌କୁ ମାଧ୍ୟମ କରୁଛନ୍ତି। କିଛିଦିନ ତଳେ ଚୋରା କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ପକ୍ଷରୁ ଜବତ କରାଯାଇଥିଲା। ତେବେ କୌଣସି ବ୍ୟକ୍ତିଙ୍କୁ ଧରାଯାଇ ନଥିଲା। କିନ୍ତୁ ମଙ୍ଗଳବାର ରେଢ଼ାଖୋଲ ପ୍ଲାଟଫର୍ମରେ ଗଞ୍ଜେଇ ଧରି ଛିଡ଼ା ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଆରପିଏଫ୍‌ ରେଢ଼ାଖୋଲ ପକ୍ଷରୁ ଜବତ କରାଯାଇଛି।

କେହି ସନ୍ଦେହ କରିବେ ନାହିଁ ଯେମିତି, ଗଞ୍ଜେଇକୁ ୩ଟି ଟ୍ରଲି ବ୍ୟାଗ୍‌ରେ ପ୍ୟାକିଂ କରି ସାଧାରଣ ଯାତ୍ରୀ ଭଳି ଦୁର୍ବୃତ୍ତ ଜଣକ ଯାତ୍ରା କରିବା ପାଇଁ ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା। ତେବେ ସନ୍ଦେହ ହେବାରୁ ଆରପିଏଫ୍‌ କର୍ମଚାରୀ ତାହା ଯାଞ୍ଚ କରିଥିଲେ। ଯାଞ୍ଚ କରିବା ପରେ ତା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଆର୍‌ପିଏଫ୍‌ ପକ୍ଷରୁ କହାଯାଇଛି। ତେବେ ଏତେ ପରିମାଣର ଗଞ୍ଜେଇ ଧରି ଜଣେ ବ୍ୟକ୍ତି କିଭଳି ଭାବେ ଟ୍ରେନ୍‌ ଭିତରକୁ ପ୍ରବେଶ କଲେ, ସେ ଏକା ଥିଲେ କି ତାଙ୍କ ସହ ଆଉକିଏ ଥିଲେ, ଏଥିରେ ଆଉ କେତେଜଣ ସଂମ୍ପୃକ୍ତ ଅଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe