Huge quantity of cough syrup seized: 4 court cases
ସୁନ୍ଦରଗଡ଼: ଏକ ବୋଲେରୋ ରେ ବିପୁଳ ମାତ୍ରାରେ କଫ ସିରପ ଚାଲାଣ ହେଉଥିବା ବେଳେ ପୁଲିସ ମାଡ଼ି ବସିଛି। ୨୩୫ ବୋତଲ କଫ ସିରପ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି ତାଙ୍କ ଠାରୁ ୪୬ ହାଜର ୭୫୦ ଟଙ୍କା ଜବତ କରାଯାଇଛି । ଚାଲାଣ ହେଉଥିବା ବୋଲେରୋକୁ ମଧ୍ୟ ଜବତ କରିଛି ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ।
ଏକ ବୋଲେରୋରେ କଫ ସିରପ ଚାଲାଣ ହେଉଥିବା ଗତ କାଲି ସନ୍ଧ୍ୟାରେ ବିଶ୍ବସ୍ତ ସୂତ୍ରରୁ ପୁଲିସ ଖବର ପାଇ ସୁନ୍ଦରଗଡ଼ ସରକାରୀ କଲେଜ ମୁଖ୍ୟ ରାସ୍ତାର ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ବେଆଇନ କଫ ସିରପ ଚାଲାଣ ହେଉଥିବା ବୋଲେରୋ ଏବଂ ୪ଟି ମୋବାଇଲ ମଧ୍ୟ ଜବତ କରିଛି ।
ସୋମବାର ଚାରି ଜଣ ଅଭିଯୁକ୍ତ ଲେଫ୍ରିପଡା କୁଲବିରା ଅଞ୍ଚଳର ହେମନ୍ତ ପୃଷେଠ, ଖମାରବାହାଲ ଅଞ୍ଚଳର ଧରଣୀ ବଗର୍ତ୍ତି ଏବଂ ଉଜ୍ଜଳପୁର ଅଞ୍ଚଳର ଜିତେନ୍ଦ୍ର କିଶାନ ଏବଂ ଜମ୍ବେଶ୍ଵର ଚିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଏହି ଚାରି ଜଣ ରାଉରକେଲା ଅଞ୍ଚଳରୁ କଫ ସିରପ ଆଣି ଦର୍ଲିପାଲି ଅଞ୍ଚଳର ବିଭିନ୍ନ ଔଷଧ ଦୋକାନ ଗୁଡ଼ିକରେ ବିକ୍ରି କରିବା ପାଇଁ ଯାଉଥିଲେ ବୋଲି ଜଣାପଡିଛି ।
Follow Us