ଶିକ୍ଷକପଡ଼ାର ସାଈ ମନ୍ଦିର ନିକଟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ

ସହର ଭିତରେ ନକଲି ବିଦେଶୀ ମଦ କାରଖାନା ଚାଲିଥିଲା। ଅନୁଗୁଳର ଶିକ୍ଷକପଡ଼ାର ସାଇ ମନ୍ଦିର ନିକଟରେ ହଜାର ହଜାର ବୋତଲ ନକଲି ମଦ ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା। ଏହି ମଦ କାରଖାନା ଉପରେ ଆଜି ଚଢ଼ଉ କରିଛି ପୁଲିସ।

wine

ଅନୁଗୁଳ: ସହର ଭିତରେ ନକଲି ବିଦେଶୀ ମଦ କାରଖାନା ଚାଲିଥିଲା। ଅନୁଗୁଳର ଶିକ୍ଷକପଡ଼ାର ସାଇ ମନ୍ଦିର ନିକଟରେ ହଜାର ହଜାର ବୋତଲ ନକଲି ମଦ ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା। ଏହି ମଦ କାରଖାନା ଉପରେ ଆଜି ଚଢ଼ଉ କରିଛି ପୁଲିସ। ଏହା ସହ ନକଲି ମଦ ଗୋଦାମକୁ ବି ଠାବ କରିଛି। ଉଭୟ ସ୍ଥାନରୁ ପାଖାପାଖି ୫୫୦ ଲିଟର ନକଲି ମଦ ଜବତ ହୋଇଥିଲା ବେଳେ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବହୁ ସାମଗ୍ରୀ ଜବତ ହୋଇଛି। ଏହାସହିତ ୪ ଜଣଙ୍କୁ ଅଟକ ରଖି ଖୋଳତାଡ଼ ଚଳାଇଛି ପୁଲିସ।

ଅନୁଗୁଳରେ ନକଲି ମଦ କାରଖାନା ଚାଲିଥିବା ଖବର ପାଇ ଆଜି ଟାଉନ ଥାନା ଅଧିକାରୀ ଧୀରେଶ ଦାସଙ୍କ ନେତୃତ୍ବରେ ଟାଉନ୍‌ ଥାନା ପୁଲିସ ଓ ସ୍ବତନ୍ତ୍ର ସ୍କାଡ୍‌ ପୁଲିସ ଶିକ୍ଷକପଡ଼ା ସାଇ ମନ୍ଦିର ପାଖରେ ଥିବା ଏକ ଘରେ ଚଢ଼ଉ କରିଥିଲା। ପୁଲିସ ପହଞ୍ଚିଲା ବେଳକୁ ସେଠାରେ ଚାଲିଥିଲା ମଦ ପ୍ରସ୍ତୁତି। ବିଭିନ୍ନ ବ୍ରାଣ୍ଡର ନକଲି ମଦ ପ୍ରସ୍ତୁତ କରୁଥିଲେ କର୍ମଚାରୀ। ପୁଲିସ ‌ସେଠାରୁ ୧୮୧୬ଟି ନକଲି ବିଦେଶୀ ମଦ ବୋତଲ ଜବତ କରିଛି। ବିଭିନ୍ନ ନାମୀଦାମୀ ମଦ ବୋତଲ ଭିତରେ ଏହି ନକଲି ମଦ ଭର୍ତ୍ତି ହୋଇ ରହିଥିଲା। ଏହାର ପରିମାଣ ୩୩୦ଲିଟରରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହା ସହିତ ସେଠାରୁ ୫୫ ଲିଟର ସ୍ପିରିଟ୍, ବିପୁଳ ପରିମାଣର ଖାଲି ମଦ ବୋତଲ, ରଙ୍ଗ, ଫ୍ଲେଭର୍‌, ମଦର ଷ୍ଟିକର, ଲେବଲ ଜବତ କରିଛି। ଏଠାରେ ମଦ ପ୍ରସ୍ତୁତ କରୁଥିବା ୨ ଜଣଙ୍କୁ ପୁଲିସ ଉଠାଇ ଆଣି ପଚରାଉଚରା କରୁଛି।

ଟାଉନ ଥାନା ଅଧିକାରୀ ଧୀରେଶ ଦାସଙ୍କ ନେତୃତ୍ବରେ ଟାଉନ୍‌ ଥାନା ପୁଲିସ ଓ ସ୍ବତନ୍ତ୍ର ସ୍କାଡ୍‌ ପୁଲିସ ଶିକ୍ଷକପଡ଼ା ସାଇ ମନ୍ଦିର ପାଖରେ ଥିବା ଏକ ଘରେ ଚଢ଼ଉ କରିଥିଲା। ପୁଲିସ ପହଞ୍ଚିଲା ବେଳକୁ ସେଠାରେ ଚାଲିଥିଲା ମଦ ପ୍ରସ୍ତୁତି। ବିଭିନ୍ନ ବ୍ରାଣ୍ଡର ନକଲି ମଦ ପ୍ରସ୍ତୁତ କରୁଥିଲେ କର୍ମଚାରୀ।

ang

ଏଠାରେ ମଦ ପ୍ରସ୍ତୁତି ପରେ ଅନୁଗୁଳ-ଢେଙ୍କାନାଳ ସୀମାନ୍ତ ହିନ୍ଦୋଳ ଥାନା କଂସରା ଗାଁରେ ଏହାକୁ ମହଜୁଦ କରି ରଖାଯାଉଥିଲା। ଏଠାରୁ ବିଭିନ୍ନ ସ୍ଥାନକୁ ମଦ ଚାଲାଣ ହେଉଥିଲା। ଏଠାରେ ମଧ୍ୟ ପୁଲିସ ଚଢ଼ଉ କରିଛି। ଏଠାରୁ ୧୦୯୧ଟି ନକଲି ମଦ ବୋତଲ ଜବତ ହୋଇଛି। ଏହାର ପରିମାଣ ୨୨୦ ଲିଟର ହେବ ବୋଲି ଆକଳନ କରାଯାଉଛି। ଏଠାରେ ମଧ୍ୟ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ମହଜୁଦ୍‌ ଥିଲା। ଏଠାରୁ ପୁଲିସ ୨୧୦ ଲିଟର ସ୍ପିରିଟ୍‌ ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ଉ ଚାଲିଥିବା ବେଳେ ଏଠାରୁ ୨ ଜଣଙ୍କୁ ଅଟକ ରଖାଯାଇଛି।

ସୂଚନା ଅନୁସାରେ, ଏହି ନକଲି ମଦ ସବୁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଭାଗକୁ ମଧ୍ୟ ପଠା ଯାଉଥିଲା। ବିଶେଷକରି ଗ୍ରାମାଞ୍ଚଳକୁ ଟାର୍ଗେଟ୍‌ କରିଥିଲେ ଏହି ନକଲି ମଦ ବେପାରୀ। ସେମାନେ ଦଲାଲଙ୍କ ଜରିଆରେ ଗାଁ ଗହଳିରେ ଥିବା ଛୋଟ ଛୋଟ ଦୋକାନକୁ ଏହି ଚୋରା ମଦ ପଠାଉଥିଲେ। ଏହି ସବୁ ଦିଗର ଖୋଳତାଡ଼ କରୁଛି ପୁଲିସ। ଏନେଇ ଅନୁଗୁଳ ଏସ୍‌ପି ରାହୁଲ ଜୈନ କହିଛନ୍ତି, ପାର୍ବଣ ପୂର୍ବରୁ ପୁଲିସ ଚୋରା ମଦ କାରବାର ଉପରେ ରୋକ୍‌ ଲଗାଇବାକୁ ଗୁରୁତ୍ବ ଦେଇଛି। ଚୋରା ମଦ କାରବାର ପ୍ରତି ପୁଲିସ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବ ବୋଲି ସେ କହିଛନ୍ତି।

angul | Wine

ରିପୋର୍ଟ: ପତିତପାବନ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe