୨ରେ ଭଞ୍ଜସେନା ପକ୍ଷରୁ ବିଶାଳ ସମାବେଶ

Advertisment
ଡିଗେଶ୍ବର ମୃତ୍ୟୁ ଘଟଣା: ଆନ୍ଦୋଳନକାରୀ-ପୁଲିସ୍‌ ଧସ୍ତାଧସ୍ତି, ଏସ୍‌ଆଇଙ୍କ ସମେତ ୨ ଆହତ

menafn

ଭୁବନେଶ୍ବର : ମୟୂରଭଞ୍ଜର ସ୍ୱାଭିମାନ, ଶିମିଳିପାଳର ସୁରକ୍ଷାକୁ ନେଇ କିଛି ବି ପଦକ୍ଷେପ ଗ୍ରହଣ କରିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା କହିଛନ୍ତି। ଅଗଷ୍ଟ ୨ରେ ଭଞ୍ଜସେନା ପକ୍ଷରୁ ରାଜଧାନୀ‌ରେ ବିଶାଳ ସମାବେଶ କରାଯିବ ବୋଲି ଆଜି ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ୧୦ ଦଫ‌ା ଦାବି ନେଇ ଏହି ଜନସମାବେଶ କରାଯିବ। ଦାବି ପୂରଣ ନ ହେବା ଯାଏ ପଲ୍ଲୀରୁ ଦିଲ୍ଲୀ(ଜନ୍ତରମନ୍ତର) ପର୍ଯ୍ୟନ୍ତ ସଂଗ୍ରାମ କରାଯିବ ବୋଲି କୁହାଯାଇଛି। ଏହି ସମ୍ମିଳନୀରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଣ୍ଟୁ ମାଇତି, ଓବିସି ଶାଖା ସଭାପତି ରାକେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe