ରେଲଲାଇନ୍‌ ଉପରେ ମାଟିଅତଡ଼ା ଓ ବିରାଟ ପଥର ଖସିଲା; ପଥର ହଟିଲା, ରେଳ ଚଳାଚଳ ସ୍ବାଭାବିକ

Advertisment
ରେଲଲାଇନ୍‌ ଉପରେ ମାଟିଅତଡ଼ା ଓ ବିରାଟ ପଥର ଖସିଲା; ପଥର ହଟିଲା, ରେଳ ଚଳାଚଳ ସ୍ବାଭାବିକ

ରାୟଗଡା: ଆଜି ସକାଳେ ରାୟଗଡା ଜିଲ୍ଲାର ରାଉଲି ଏବଂ ଟିକିରି ମଧ୍ୟରେ ଥିବା ରେଳ ଲାଇନ ଉପରେ ମାଟି ଅତଡା ଖସିବା ସହ ବିରାଟ ପଥର ଖସି ରେଳ ଲାଇନ ଉପରେ ପଡିଥିଲା। ଫଳରେ ରେଳ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ତୁରନ୍ତ ରେଳ ବଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ ଏଠାରେ ମାଟି ଅତଡା ଖସିଥିବା କୁହାଯାଇଛି। ରେଳ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭତ୍ତିରେ ବିରାଟ ବଡ ପଥରକୁ ରେଳ ଲାଇନ ନିକଟରୁ ହଟାଯାଇପାରିଛି।

ତେବେ ସମଲେଶ୍ବରୀ ଏକ୍ସପ୍ରେସ୍‌ ଟ୍ରେନ୍‌ ନିଜର ନିର୍ଦ୍ଧାରଣ ସମୟ ଠାରୁ ବିଳମ୍ବରେ ଚାଲୁଥିବା ବିଭାଗ କହିଛି। ଅନ୍ୟ ସବୁ ଟ୍ରେନ ଠିକ ସମୟରେ ଯିବ ବୋଲି ବିଭାଗ କହିଛି।ବର୍ତ୍ତମାନ ସ୍ଥିତି ଠିକ ଥିବା କୁହାଯାଇଛି। ତେବେ କୌଣସି ଏକ ବଡ ଦୁର୍ଘଟଣାରୁ ରେଳ ବିଭାଗ ବର୍ତ୍ତିଯାଇଥିବା ମଧ୍ୟ ଆଲୋଚନା ହେଉଛି। ମାଟି ଅତଡା ଖସୁଥିବା ସ୍ଥାନରେ ତୁରନ୍ତ ମରାମତି କରାଯାଇଥିବା ବିଭାଗ କହିଛି। ବର୍ତ୍ତମାନ କୌଣସି ଅସୁବିଧା ନଥିବା ବେଳେ ସମସ୍ତ ଟ୍ରେନ ନିଜର ନିର୍ଧାରିତ ସମୟରେ ଯିବା ଆସିବ କରିବ ବୋଲି ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe