ଘୁମୁସର ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ପରିଷଦ ଅନ୍ତର୍ଗତ ନୂଆହାଟ ନିକଟରେ ବୁଧବାର ଅଟୋ ଉପରେ ଏକ ଚାକୁଣ୍ଡା ଗଛର ଡାଳ ପଡ଼ି ଅଟୋ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ ଏକ ଅଟୋ (ଓଡ଼ି ୧୨ ଏଫ୍ ୭୫୯୮)ରେ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ରେବୀଙ୍ଗିଆ ଅଞ୍ଚଳରୁ କେତେକ ଲୋକ ଆସିଥିଲେ। କାର୍ଯ୍ୟକ୍ରମ ଶେଷ ପରେ ସେମାନେ ଯିବା ପାଇଁ ବାହାରିଥିଲେ। ଆଶ୍ଚର୍ଯ୍ୟ ଭାବେ କୌଣସି ଝଡ଼ ପବନ ନଥାଇ ଏକ ବଡ ଚାକୁଣ୍ଡା ଗଛ ଡ଼ାଳ ଗଛ ତଳେ ରଖାଯାଇଥିବା ନୂଆ ଅଟୋ ଉପରେ ପଡ଼ିଥିଲା ଫଳରେ ଅଟୋ ପୁରା ନଷ୍ଟ ହୋଇଯାଇଥିଲା।
ଅଟୋ (ଓଡ଼ି ୧୨ ଏଫ୍ ୭୫୯୮)ରେ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ରେବୀଙ୍ଗିଆ ଅଞ୍ଚଳରୁ କେତେକ ଲୋକ ଆସିଥିଲେ। କାର୍ଯ୍ୟକ୍ରମ ଶେଷ ପରେ ସେମାନେ ଯିବା ପାଇଁ ବାହାରିଥିଲେ। ଆଶ୍ଚର୍ଯ୍ୟ ଭାବେ କୌଣସି ଝଡ଼ ପବନ ନଥାଇ ଏକ ବଡ ଚାକୁଣ୍ଡା ଗଛ ଡ଼ାଳ ଗଛ ତଳେ ରଖାଯାଇଥିବା ନୂଆ ଅଟୋ ଉପରେ ପଡ଼ିଥିଲା
ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଡାଳ କାଟି ଅଟୋକୁ ବାହାର କରିଥିଲେ। ଏଥିରେ ସମସ୍ତ ଅଟୋ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ରହିଛି।
ଏହି ଖବର ପଢ଼ନ୍ତୁ: ଜବରଦଖଲରେ ସାଲୁଙ୍କୀ ନଦୀଶଯ୍ୟା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)