ପଶ୍ଚିମାଞ୍ଚଳର ଏକତା ପାଇଁ ସମ୍ବଲପୁରରେ ମାନବ ଶୃଙ୍ଖଳ

Advertisment

ଓଡ଼ିଶା ଦିବସରେ ପାଳିଲେ ପଶ୍ଚିମାଞ୍ଚଳ ଏକତା ଦିବସ

ଓଡ଼ିଶା ଦିବସରେ ପାଳିଲେ ପଶ୍ଚିମାଞ୍ଚଳ ଏକତା ଦିବସ

ପଶ୍ଚିମାଞ୍ଚଳର ଏକତା ପାଇଁ ସମ୍ବଲପୁରରେ ମାନବ ଶୃଙ୍ଖଳ

ସମ୍ବଲପୁର : ଆଜି ରାଜ୍ୟ ସାରା ଓଡ଼ିଶା ଦିବସ ପାଳନ କରାଯାଇଥିବା ବେଳେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରରେ ପଶ୍ଚିମାଞ୍ଚଳ ଏକତା ଦିବସ ପାଳନ କରାଯାଇଛି। ପଶ୍ଚିମାଞ୍ଚଳର ଜିଲ୍ଲାଗୁଡିକ ମଧ୍ୟରେ ଏକତା ପ୍ରଦର୍ଶନ ସହ ସମନ୍ବୟ ରକ୍ଷା କରିବା ପାଇଁ ମଞ୍ଚ ପକ୍ଷରୁ ଗୁରୁବାର ସକାଳେ ଉତ୍ତରାଞ୍ଚଳ ଆର୍‌ଡିସି ଅଫିସ ସମ୍ମୁଖରେ ମାନବ ଶୃଙ୍ଖଳ କରାଯାଇଥିଲା। ଏହି ମାନବଶୃଙ୍ଖଳରେ ସମଗ୍ର ପଶ୍ଚିମାଞ୍ଚଳର ଏକତାର ବାର୍ତ୍ତାକୁ ପ୍ରଦର୍ଶିତ କରାଯିବା ସଙ୍ଗେ ସଙ୍ଗେ ୩୨ଟି ଦାବି ଉପସ୍ଥାପନ କରାଯାଇଥିଲା। ଏଥିରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ୨୨ଟି ଶାଖାର ସଦସ୍ୟମାନଙ୍କ ସହ ସମ୍ବଲପୁରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ରାଜ‌ନୈତିକ କର୍ମୀ ଓ ନେତା ସାମିଲ୍ ହୋଇଥିଲେ।

publive-image

ପଶ୍ଚିମାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ପଶ୍ଚିମାଞ୍ଚଳରେ ଏମ୍‌ସ ପ୍ରତିଷ୍ଠା, ବରଗଡ଼ରେ କ୍ୟାନ୍‌ସର ହସ୍‌ପିଟାଲ୍, ଝାରସୁଗୁଡ଼ାରେ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା, ଦେବଗଡ଼ରେ କୃଷି ମହାବିଦ୍ୟାଳୟ ସ୍ଥାପନ, ବଲାଙ୍ଗୀରରେ ବାଇପାସ୍‌ ନିର୍ମାଣ ଏବଂ ମେଡିକାଲ କଲେଜରେ ଉତ୍ତମ ଚିକିତ୍ସା ବ୍ୟବସ୍ଥା, କଳାହାଣ୍ଡିରେ ରେଲୱେ ୱାଗନ କାରଖାନା, ନୂଆପଡ଼ାରେ ମେଡିକାଲ କଲେଜ, ବୌଦ୍ଧକୁ ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ଅଧୀନକୁ ଆଣିବା, ଆଠମଲ୍ଲିକରେ ଜଳସେଚନ ପ୍ରକଳ୍ପ, ସୋନପୁରରେ ରିଙ୍ଗ୍‌ ରୋଡ଼, ବୁର୍ଲା ମେଡିକାଲକୁ ପୂର୍ଣ୍ଣ ସ୍ବୟଂଶାସିତ କ୍ଷମତା ସହ ସୁପର ସ୍ପେଶାଲିଟି ହସପିଟାଲ୍ ନିର୍ମାଣ, ସୁନ୍ଦରଗଡକୁ ରେଳପଥ ସଂଯୋଗ, ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟା କାର୍ଯ୍ୟାଳୟ ପଶ୍ଚିମାଞ୍ଚଳରେ ପ୍ରତିଷ୍ଠା କରିବା ଆଦି ଦାବି ଉପସ୍ଥାପନ କରାଯାଇଛି।

ଅଜିତ ରଥ, ଅଜୟ ନାଗ, ପୌଲସ୍ତ ଶାହା, ପ୍ରଦୀପ ଦିଣ୍ଡିଆ, ସଂଯୁକ୍ତା ପ୍ରଧାନ, ଜନନୀ ମିଶ୍ର, ସୁଜାତା ମିଶ୍ର, ମିତା ମେହେର, ପଙ୍କଜିନୀ ରାଉତଙ୍କ ସମେତ ମଂଚର ବିଭିନ୍ନ ଜିଲ୍ଲାର ବହୁ ପଦାଧିକାରୀ ସାମିଲ ହୋଇଥିଲେ। ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, ଜିଲ୍ଲା ଓକିଲ ସଂଘ ସଭାପତି ଡ.ପ୍ରମୋଦ ରଥ, ସମ୍ପାଦକ ରବି ପୂଜାରୀ, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସମିତି ସଭାପତି ମୁରାରୀ ପୁରୋହିତଙ୍କ ସହିତ ଗୋବିନ୍ଦ ଅଗ୍ରୱାଲ, ପ୍ରଫୁଲ୍ଲ ହୋତା, ସରୋଜ ଦାଶ, ପରେଶ ଦାନୀ, ଶିବ ପ୍ରସାଦ ମେହେର, କାର୍ତ୍ତିକ ବହିଦାର, ସୂର୍ଯ୍ୟ ପାଣିଗ୍ରାହୀ, ସାବିର ଏହମଦ, ସତ୍ୟରଂଜନ ଠାକୁର, ଡ.ସ୍ୱୟଂ ପ୍ରକାଶ ପଣ୍ଡା, ସ୍ୱାଧୀନ ପଣ୍ଡା, ଅରବିନ୍ଦ ନାଏକ, ମୁକେଶ ଜାରିୱାଲ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe