‘ସମ୍ବାଦ’ ରିପୋର୍ଟ ଆଧାରରେ ମାମଲା ରୁଜୁ କଲେ ମାନବାଧିକାର କମିସନ, ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ

Advertisment

ଦୁଇ ଭିନ୍ନକ୍ଷମଙ୍କୁ ଜୋରଜବରଦସ୍ତ ବିବାହ ଘଟଣା

ଦୁଇ ଭିନ୍ନକ୍ଷମଙ୍କୁ ଜୋରଜବରଦସ୍ତ ବିବାହ ଘଟଣା

‘ସମ୍ବାଦ’ ରିପୋର୍ଟ ଆଧାରରେ ମାମଲା ରୁଜୁ କଲେ ମାନବାଧିକାର କମିସନ, ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ

Lawctopus

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ୍‌ ଅଧୀନ ଗୋପାଳପୁର ବଜାରରେ ଦୁଇ ମାନସିକ ଭିନ୍ନକ୍ଷମଙ୍କୁ ଜୋରଜବରଦସ୍ତ ବିବାହ କରାଇ ବଜାରରେ ବୁଲାଇବା ଘଟଣାକୁ ରାଜ୍ୟ ମାନବାଧିକାର କମିସନ ଗୁରୁତ୍ବର ସହ ନେଇଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କମିସନ୍‌ ନିଜ ଆଡ଼ୁ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିବାକୁ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟ‌ରେ ଅର୍ଥାତ୍‌ ଫେବ୍ରୁଆରି ୧୦ ତାରିଖରେ କମିସନଙ୍କ ନିକଟରେ ହାଜର ହୋଇ ତଥ୍ୟ ରଖିବାକୁ ଏସ୍‌ପିଙ୍କୁ କୁହାଯାଇଛି। କମିସନ ଦର୍ଶାଇଛନ୍ତି ଯେ କିଛି ‌ଲୋକ ଜୋରଜବରଦସ୍ତ ଦୁଇଜଣ ମାନସିକ ଭିନ୍ନକ୍ଷମ ପୁରୁଷ ଓ ମହିଳାଙ୍କୁ ବିବାହ କରାଇବା ସହ ଏହାର ଭିଡିଓ ରେକର୍ଡିଂ କରିଥିଲେ। ଏହି ସମୟରେ ଉଠିଥିବା ଫଟୋରେ ‌ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିବା ନଜରକୁ ଆସିଛି। ଏଭଳି ଘଟଣା ସିଧାସଳଖ ମାନବାଧିକାରର ଉଲ୍ଲଂଘନ କରିବା ସହିତ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ତେଣୁ ଏହାର ତଦନ୍ତ କରିବା ପାଇଁ ବାଲେଶ୍ବର ଏସ୍‌ପିଙ୍କୁ ନିର୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବାହାନାଗା ବ୍ଲକ୍‌ର ଗୋପାଳପୁର ବଜାରରେ ଗତ ୪୦ ବର୍ଷ ଧରି ଜଣେ ବୟସ୍କ ମାନସିକ ଓ ଶାରୀରିକ ଭିନ୍ନକ୍ଷମ ରହୁଛନ୍ତି। ବିଭିନ୍ନ ଦୋକାନରେ କାମ କରି ସେ ପେଟ ପୋଷୁଛନ୍ତି। ଗତ କିଛି ଦିନ ତଳେ ବଜାରରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ଗତ ଡିସେମ୍ବର ମାସ ୨୬ ତାରିଖରେ ଦୁହିଁଙ୍କୁ କିଛି ଲୋକ ଜୋରଜବରଦସ୍ତ ବିବାହ କରାଇବା ସହ ବଜାରରେ ବୁଲାଇଥିଲେ। ଏହାର ଭିଡିଓ ଉତ୍ତୋଳନ କରିଥିଲେ ହେଁ କେହି ଏହି ଘଟଣାକୁ ବାରଣ କରି ନଥିଲେ। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। କମିସନ୍‌ ଏହି ରିପୋର୍ଟ ଆଧାରରେ ମାମଲା ରୁଜୁ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe