ମାନବାଧିକାର କମିସନ ଅଧୢକ୍ଷ ପଦ ପୂରଣ ପ୍ରସଙ୍ଗ : ସରକାର କହିଲେ ନାଁ ସୁପାରିସ କରାଯାଇଛି

Advertisment

ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି

ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି

ମାନବାଧିକାର କମିସନ ଅଧୢକ୍ଷ ପଦ ପୂରଣ ପ୍ରସଙ୍ଗ : ସରକାର କହିଲେ ନାଁ ସୁପାରିସ କରାଯାଇଛି

କଟକ : ରାଜ୍ୟ ମାନବାଧିକାର କମିସନରେ ସ୍ଥାୟୀ ଅଧୢକ୍ଷ ଓ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି ଯେ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚସ୍ତରୀୟ କମିଟି ବସି ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାଁ ସ୍ଥିର କରିଛନ୍ତି। ଯୋଗ୍ୟ ବ୍ୟକ୍ତିଙ୍କ ନାଁ ରାଜ୍ୟ ସରକାର ରାଜ୍ୟପାଳଙ୍କ ନିକଟକୁ ସୁପାରିଶ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.‌ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ଓ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୨୧ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ ସରକାର ଅବଗତ କରିବେ।

ସୂଚନା ଯୋଗ୍ୟ ଯେ ୨୦୧୨ରୁ ମାନବାଧିକାର କମିସନଙ୍କ ସ୍ଥାୟୀ ଅଧୢକ୍ଷ ପଦ ଓ ସଭ୍ୟ ପଦ ଖାଲି ପଡିଥିବା ବେଳେ ଏ ନେଇ ଶ୍ରୀ ଦାସ ଓ ଶ୍ରୀ ମହାନ୍ତି ଦୁଇଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ମାନବିକ ଅଧିକାର ଉଲ୍ଲ˚ଘନ ଭଳି ଘଟଣା ସ˚ଖ୍ୟା ବଢୁଥିବା ବେଳେ କମିସନଙ୍କ ଏପରି ସ୍ଥିତି ସମସ୍ତଙ୍କ ଚିନ୍ତା ବଢାଇଛି। ମାନବାଧିକାର କମିସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ସ୍ଥାୟୀ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe