ଖୁବ୍‌ଶୀଘ୍ର ପୂରଣ ହେବ ମାନବାଧିକାର କମିସନ ସଦସ୍ୟ ପଦ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଖାଲି ପଡ଼ିଥିବା ଓଡ଼ିଶା ମାନବାଧିକାର କମିସନ ସଦସ୍ୟ ପଦ ଖୁବ୍‌ଶୀଘ୍ର ପୂରଣ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସମ୍ପର୍କିତ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା, ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତି, ବିରୋଧୀ ଦଳ ନେତା ପ୍ରମୁଖଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକରେ ସଦସ୍ୟ ପୂରଣ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ସରକାରଙ୍କ ପକ୍ଷରୁ ଉପସ୍ଥାପିତ ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ମାର୍ଚ୍ଚ ୧ରେ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାନି ସ୍ଥିତି ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସରକାର ଅବଗତ କରିବେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ମାନବାଧିକାର କମିସନ ସଦସ୍ୟ ଅସୀମ ଅମିତାଭ ଦାଶଙ୍କ କାର୍ଯ୍ୟକାଳ ୨୦୨୨, ଅଗଷ୍ଟ ୨୧ରେ ଶେଷ ହୋଇଥିଲା। ଏବେ ମାନବାଧିକାର କମିସନରେ ଅଧ୍ୟକ୍ଷ ଓ ଜଣେ ସଦସ୍ୟ ରହିଛନ୍ତି। ଅଗଷ୍ଟ ମାସରୁ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରି ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସ ହାଇକୋର୍ଟରେ ଏହି ଜନସ୍ବାର୍ଥ ଆବେଦନ ଦାୟର କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ନିୟମ ଅନୁସାରେ ମାନବାଧିକାର କମିସନ ସଦସ୍ୟ ପଦ ଖାଲି ପଡ଼ିବାର ତିନିମାସ ଭିତରେ ପୂରଣ କରାଯିବା କଥା। ସୁପ୍ରିମେକାର୍ଟ ଡି.କେ.ବସୁ ମାମଲାରେ ପ୍ରଦାନ କରିଥିବା ରାୟରେ ମଧ୍ୟ ରାଜ୍ୟ ମାନବାଧିକାର କମିସନ ସଦସ୍ୟ ପଦ ତିନି ମାସ ଭିତରେ ପୂରଣ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ, ରାଜ୍ୟ ସରକାର ନିୟମ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା କରୁଛନ୍ତି।
ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଓଡ଼ିଶା ମାନବାଧିକାର କମିସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe