କର୍ଲାମୁଣ୍ଡା ବ୍ଳକରେ ଆବାସ ଯୋଜନାରେ ଘର ତିଆରି ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

Advertisment
ବଡ଼ମ୍ବା ବନ ବିଭାଗ ହେପାଜତରେ ମୃତ୍ୟୁ ମାମଲା: ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକରେ ଆବାସ ଯୋଜନାରେ ଘର ତିଆରି ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ଦେବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୨୦୧୮ ମସିହା ମାର୍ଚ୍ଚ ୨୪ ତାରିଖ ଦିନ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ର ବଡଡୁଙ୍ଗରୀଗୁଡା ଗାଁର ସରୋଜ ବାଗ ଆବାସ ଯୋଜନାରେ ଏକ ଘର ତିଆରି କରୁଥିଲେ । ଏହ ସମୟରେ ଅଳ୍ପ ଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଥିଲା । ଏ ନେଇ ମାନବାଧିକାର କମିଶନ ମୃତ ସରୋଜ ବାଗଙ୍କ ପରିବାରକୁ ୩ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେବା ସହ ୬ ସପ୍ତାହ ଭିତରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe