ୟୁପି ସ୍କୁଲରେ ନରବଳି!

Advertisment

ଗତ ସେପ୍ଟେମ୍ବର ୨୨ ତାରିଖରେ ରସଗମ୍ବା ଅଂଚଳରେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଥିବା ଏହି ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଗତ ସେପ୍ଟେମ୍ବର ୨୨ ତାରିଖରେ ରସଗମ୍ବା ଅଂଚଳରେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଥିବା ଏହି ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।

black magic

ହାଥରସ: ସ୍କୁଲର ସମୃଦ୍ଧି ଓ ଖ୍ୟାତି ଫେରାଇ ଆଣିବା ପାଇଁ ଉତ୍ତରପ୍ରଦେଶର ହାଥରସରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରକୁ ବଳି ଦିଆଯାଇଛି। ଗତ ସେପ୍ଟେମ୍ବର ୨୨ ତାରିଖରେ ରସଗମ୍ବା ଅଂଚଳରେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଥିବା ଏହି ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍କୁଲ୍‌ ହଷ୍ଟେଲ୍‌ ରୁମ୍‌ରେ ୩ ଜଣ ଲୋକ ବାଳକକୁ ତଣ୍ଟି ଚିପି ହତ୍ୟା କରିଥିଲେ। ସ୍କୁଲର ମାଲିକ, ଯାହାଙ୍କ ବାପା ଗୁଣିଗାରେଡ଼ି କରନ୍ତି, ସେ ‘ନରବଳି’ ଦେବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବିଦ୍ୟାଳୟର ମାଲିକ, ନିଦ୍ଦେର୍ଶକ ଓ ପ୍ରଧାନଶିକ୍ଷକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।

ସ୍କୁଲର ଗୌରବ ଫେରାଇ ଆଣିବା ପାଇଁ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ତଣ୍ଟି ଚିପି ହତ୍ୟା, ୫ ଗିରଫ

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ସେପ୍ଟେମ୍ବର ୬ ତାରିଖରେ ଅନ୍ୟ ଜଣେ ବାଳକକୁ ବଳି ଦେବାକୁ ଯୋଜନା କରିଥିଲେ। ତେବେ ବାଳକ ଜଣକ ଚିତ୍କାର କରି ଫେରାର ହୋଇଯିବାରୁ ଏହି ଯୋଜନା ବିଫଳ ହୋଇଥିଲା। ପରେ ଡାକ୍ତରୀ ମାଇନାରେ ବାଳକର ଗଳା ଚିପି ମାରିବାକୁ ଚେଷ୍ଟା କରାଯାଇଥିବା ଜଣା ପଡ଼ିଥିଲା। ସେପ୍ଟେମ୍ବର ୨୨ ତାରିଖରେ ଅଭିଯୁକ୍ତମାନେ ସ୍କୁଲ ପଛପଟେ ଥିବା ଏକ ନଳକୂପ ନିକଟରେ ବଳି ଦେବା ଉଦ୍ଦେଶ୍ୟରେ ପୁଣି ଥରେ ତାନ୍ତ୍ରିକ ବିଧି ଆରମ୍ଭ କରିଥିଲେ। ହଷ୍ଟେଲରେ ଶୋଇଥିବା ପିଲାଟିକୁ ନିଦ୍ରିତ ଅବସ୍ଥାରେ ସେଠାକୁ ନିଆଯାଉଥିବା ବେଳେ ସେ ଉଠିପଡ଼ିବାରୁ ଅଭିଯୁକ୍ତମାନେ ଭୟଭୀତ ହୋଇ ହଷ୍ଟେଲ୍‌ ଭିତରେ ତାକୁ ଗଳା ଚିପି ହତ୍ୟା କରିଥିଲେ। ଅଧିକ ଅନୁସନ୍ଧାନ ପରେ ନଳକୂପ ନିକଟରୁ ପୂଜା ସାମଗ୍ରୀ ଆବିଷ୍କାର ହୋଇଥିଲା, ଯାହା ତାନ୍ତ୍ରିକ କ୍ରିୟାର ଦାବିକୁ ସମର୍ଥନ କରେ। ଏହି ଅପରାଧ ପଛରେ ଅନ୍ଧବିଶ୍ୱାସ ରହିଥିବା ପୁଲିସ ଅନୁମାନ କରୁଛି। ଆର୍ଥିକ ସଙ୍କଟରେ ଥିବା ସ୍କୁଲର ସମୃଦ୍ଧିକୁ ସୁନିଶ୍ଚିତ କରିବା ଏହି ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ନରବଳି ଦେଲେ ସ୍କୁଲର ଗୌରବ ଓ ପ୍ରତିଷ୍ଠା ବୃଦ୍ଧି ପାଇବ ବୋଲି ଅଭିଯୁକ୍ତ ବିଶ୍ୱାସ କରୁଥିଲେ।

ପୂରା ଘଟଣା ସମ୍ପର୍କରେ ବର୍ଣ୍ଣନା କରି ବାଳକର ବାପା କହିଛନ୍ତି, ମୋ ପୁଅର ସ୍କୁଲରୁ ଫୋନ୍ ଆସିଥିଲା, ତୁମ ପିଲାର ଅବସ୍ଥା ଅତ୍ୟନ୍ତ ଗମ୍ଭୀର। ଦୟାକରି ତୁରନ୍ତ ଆସନ୍ତୁ। ମୁଁ ବାଟରେ ଯାଉଥିବା ବେଳେ ସେମାନେ ପୁଣି ଫୋନ୍ କରି କହିଲେ, ପିଲାଟିର ଅବସ୍ଥା ଖରାପ ହୋଇଯାଇଛି ଏବଂ ଆମେ ତାକୁ ସଦାବାଦ ନେଇଯାଉଛୁ। ଆମେ ସଦାବାଦରେ ପହଞ୍ଚି ସେମାନଙ୍କ କାର୍‌ରେ ଶିଶୁର ମୃତଦେହ ପାଇଲୁ। ସେତେବେଳେ ବି ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟମାନେ ଆମକୁ ମିଛ କହି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ବୋଲି  ପୀଡ଼ିତ ଶିଶୁର ପିତା କହିଛନ୍ତି। ଆରକ୍ଷୀ ଅଧୀକ୍ଷକ ନିପୁଣ ଅଗ୍ରୱାଲ ଏହି ଘଟଣାରେ ସମସ୍ତ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe