Human Sagar: ହ୍ୟୁମାନ୍‌ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

Advertisment

ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନାହିଁ। କିନ୍ତୁ ତାଙ୍କ ଇନ୍ଦ୍ରିୟମାନେ କାମ କରୁଥିବା ପରିଲକ୍ଷିତ ହୋଇଛି। ସେ କଥା ଶୁଣିବା ସହିତ ଆଖି ଓ ମୁଣ୍ଡ ହଲାଇ ପ୍ରତିକ୍ରିୟା ଦେଉଛନ୍ତି ବୋଲି ଚିକିତ୍ସା....

human sagar

human sagar Photograph: (sambad.in)

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନାହିଁ। କିନ୍ତୁ ତାଙ୍କ ଇନ୍ଦ୍ରିୟମାନେ କାମ କରୁଥିବା ପରିଲକ୍ଷିତ ହୋଇଛି। ସେ କଥା ଶୁଣିବା ସହିତ ଆଖି ଓ ମୁଣ୍ଡ ହଲାଇ ପ୍ରତିକ୍ରିୟା ଦେଉଛନ୍ତି ବୋଲି ଚିକିତ୍ସା କରୁଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। 

ଏହି ଖବର ପ୍ରକାଶ ପାଇବା ପ‌ରେ ପ୍ରଶଂସକମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଛି ଏବଂ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି। ୧୪ ତାରିଖଠାରୁ ଏମ୍‌ସରେ ଚିକିତ୍ସିତ ହେଉଥିବା ହ୍ୟୁମାନ୍‌ ସାଗରଙ୍କ ଲିଭର୍‌ ଓ କିଡ୍‌ନି ସମେତ କିଛି ଅଙ୍ଗରେ ସମସ୍ୟା ଦେଖାଯାଇଛି। ଏଥିସହିତ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଅଛନ୍ତି। ଏବେ ବି ସେ ଭେଣ୍ଟିଲେଟର୍‌ ସପୋର୍ଟରେ ଅଛନ୍ତି। ଏକ୍‌ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଏକ ଅଭିଜ୍ଞ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ଆଗାମୀ ୪୮ଘଣ୍ଟା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe