ଖଲ୍ଲିକୋଟ: ଧାନ ବିଲରୁ ମିଳିଲା ନରକଙ୍କାଳ

ଖଲ୍ଲିକୋଟ: ଧାନ ବିଲରୁ ମିଳିଲା ନରକଙ୍କାଳ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭେଜିପୁଟ ନିକଟ ଧାନ ବିଲରୁ ଆଜି ସନ୍ଧ୍ୟାରେ ଏକ ନରକଙ୍କାଳ ମିଳିବା ଆଲୋଡ଼ନ ସୃଷ୍ଟି କରିଛି। ୧୬ ନମ୍ବର ଜାତୀୟ ରାଜପଥଠୁ କିଛି ଦୂରରେ ଥିବା ବିଲରେ ଲୋକମାନେ ଧାନ କାଟୁଥିବା ବେଳେ କଙ୍କାଳଟିକୁ ଦେଖିଥିଲେ। ଖପୁରୀ ଏବଂ ହାଡ଼ ଗୁଡିକ ଏଣେତେଣେ ବିଛାଇ ହୋଇ ପଡ଼ିଥିିବା ବେଳେ ପାଖରେ ଗୋଟିଏ ଚିରା ଫୁଲ୍ ପ୍ୟାଣ୍ଟ୍ ଓ ଚୁଟି ଦେଖିବାକୁ ମିଳିଛି। ଏଥିରୁ କଙ୍କାଳଟି ପୁରୁଷର ବୋଲି ଅନୁମାନ କରାଯାଉଛି।

publive-image

ଭେଜିପୁଟ ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରିଛି। ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି, ଅନ୍ଧାର ହୋଇ ଯାଇଥିବାରୁ ଏଯାଏ କିଛି ସ୍ପଷ୍ଟ ହୋଇପାରିନି। ଆସନ୍ତା କାଲି ସକାଳେ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏଫ୍‌ଏମଟିକୁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe