ମୁରାରିପୁରରରୁ କଙ୍କାଳ ଉଦ୍ଧାର

ମୁରାରିପୁରରରୁ କଙ୍କାଳ ଉଦ୍ଧାର

Mapsus.net

କବାଟବନ୍ଧ: ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅନ୍ତର୍ଗତ ମୁରାରୀପୁର ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ ଆଶ୍ରମରୁ ପୁଲିସ ଏକ କଙ୍କାଳ ଉଦ୍ଧାର କରିଛି। ଆଜି ସଂଧ୍ୟାରେ ଜେନାପୁର ପୁଲିସ ଏହି କଙ୍କାଳ ଜବତ କରିଛି। ସୂଚନା ମୁତାବକ ଆଜି ମୁରାରୀପୁର ଗ୍ରାମର କିଛି ପିଲା ଖେଳୁଥିବା ବେଳେ ଗାଁ ନିକଟ ପରିତ୍ୟକ୍ତ ଅଲେଖ ଆଶ୍ରମ ନିକଟରେ ଏକ କଙ୍କାଳ ଦେଖିଥିଲେ। ଏକ ରଶିରେ ଖପୁରୀ ଲାଗି ରହିଥିବା ବେଳେ ତଳେ କିଛି ହାଡ଼ ଓ ଚପଲ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।

ଗାଁ ଲୋକଙ୍କ ଠାରୁ ସୂଚନା ପାଇ ଜେନାପୁର ପୁଲିସ ପହଞ୍ଚିଥିଲା। ଖପୁରୀ, ହାଡ଼, ଚପଲ ଓ ଡ୍ରେସ ଜବତ କରିଥିଲା। ଜଣେ ପୁରୁଷ ୫/୬ ମାସ ପୂର୍ବରୁ ଏଠାରେ ଥିବା କେନ୍ଦୁ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଆତ୍ମହତ୍ୟା କିମ୍ବା ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜେନାପୁର ଥାନା ଏଏସ୍‌ଆଇ ମନୋରଂଜନ ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe