ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର

Advertisment
ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଧୀନସ୍ଥ ଜାତୀୟ ରାଜପଥ ପୋଲ ତଳୁ ଆଜି ଏକ ମଣିଷ କଙ୍କାଳ ଜବତ ହୋଇଛି। ଖବର ପାଇ ଘଟଣାସ୍ଥଳରେ କୋଇଡ଼ା ପୁଲିସ୍ ଓ ରାଉରକେଲା ଫୋରେନସିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଥିଲେ। ପୁଲିସ କଙ୍କାଳ ଉଦ୍ଧାର କରି ପ୍ରାଥମିକ ପର୍ଯ୍ୟାୟରେ ଏକ ଅପମୃତ୍ୟୁ ମାମଲା ୧୬/୨୦୧୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ କଙ୍କାଳ ଉଦ୍ଧାର ସମୟରେ ନିକଟରେ ଏକ ବ୍ୟାଗ୍ ପଡ଼ି ଥିବା ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟାଗ୍‌ରୁ କୋଇଡ଼ା ବ୍ଲକ୍ କୁସୁମଡିହି ଗ୍ରାମର ମନୋଜ ପାସୱାନ(୮୦)ଙ୍କର ଆଧାର କାର୍ଡ ମିଳିଥିଲା। ସୂଚନାଅନୁଯାୟୀ ମନୋଜ ପାସୱାନ ଛତିଶଗଡ଼ରୁ ଚାଳକ ଭାବେ ଆସି କୁସୁମଡିହିରେ ବହୁ ବର୍ଷ ଧରି ଏକୁଟିଆ ରହି ଆସୁଥିଲେ। ଏହି କଙ୍କାଳଟି ମନୋଜଙ୍କର ନା ଆଉ କାହାର ତାହା ଫୋରେନ୍‌ସିକ୍‌ ପରୀକ୍ଷା ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe