ମେର୍ଦ୍ଦା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ନିଖୋଜ ମହିଳାଙ୍କର ହୋଇଥିବାର ନେଇ ସନ୍ଦେହ

Advertisment
ମେର୍ଦ୍ଦା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ନିଖୋଜ ମହିଳାଙ୍କର ହୋଇଥିବାର ନେଇ ସନ୍ଦେହ

ବେତନଟା ସଦର: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେର୍ଦା ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଦିନ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ମେର୍ଦ୍ଦା ପାଖ ଜଙ୍ଗଲରେ ଆଜି କିଛି ବ୍ୟକ୍ତି ଉକ୍ତ କଙ୍କାଳକୁ ଠାବ କରିବା ପରେ ବୈଶିଙ୍ଗା ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ପରିପାର୍ଶ୍ବିକ ସ୍ଥିତିରୁ ଉକ୍ତ କଙ୍କାଳ ଜଣେ ମହିଳାଙ୍କର ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାଇ ମେର୍ଦ୍ଦା ଗାଁଠୁ ପ୍ରାୟ ୨୦୦ ମିଟର ଦୂର ନିକଟସ୍ଥ ଜଙ୍ଗଲ ଭିତରେ ଏକ ନରକଙ୍କାଳ ପଡ଼ିଥିବାର ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ତେବେ ଜଙ୍ଗଲ ଭିତରେ ଏଭଳି ନର କଙ୍କାଳ ପଡ଼ିଥିବାର ଦେଖି ପ୍ରଥମେ ଲୋକ ଭୟଭୀତ ହୋଇଯାଇଥିଲେ। ପରେ ସେମାନେ ପଡ଼ିଥିବା ନରକଙ୍କାଳଠାରୁ ଅନତି ଦୂରରେ ଶାଢ଼ି, ଠେଙ୍ଗା ଏବଂ ମହିଳା ଚପଲ ପଡ଼ିଥିବାର ଦେଖିବାକୁ ମିଳିଛି, ଯେଉଁଥି ପାଇଁ ଏହା ଜଣେ ମହିଳାଙ୍କ କଙ୍କାଳ ହୋଇଥିବାର ଅନୁମାନ କରାଯାଉଛି।

ତେବେ ପାଖରେ ପଡ଼ିଥିବା ଅନୁସଙ୍ଗିକ ସାମଗ୍ରୀ ଓ ଶାଢ଼ିରୁ ସମ୍ପୃକ୍ତ କଙ୍କାଳଟି ଗ୍ରାମର ସ୍ବର୍ଗତ ବୀର ସିଂର ସ୍ତ୍ରୀ ଫୁଲମଣି ସିଂର ବୋଲି ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି। ଫୁଲମଣୀର ପରିବାରଲୋକଙ୍କ କହିବା ମୁତାବକ ଗାଁକୁ କିଛି ଦିନ ପୂର୍ବରୁ ବଣୁଆହାତୀ ପଶିଆସିଥିବା ବେଳେ ହାତୀ ଭୟରେ ସମସ୍ତେ ଜୀବନ ବଞ୍ଚାଇ ଗାଁ ବାହାରକୁ ପଳାଇ ଯାଇଥିଲେ। ହେଲେ ସମସ୍ତେ ଗାଁକୁ ଫେରି ଆସିଥିବାବେଳେ ଫୁଲମଣି ସେଇଦିନରୁ ନିଖୋଜ ଥିବାନେଇ ଫୁଲମଣୀର ୩ପୁଅ ସୂଚନା ଦେଇଛନ୍ତି।

ତେବେ ପ୍ରକୃତରେ ଏହା ଫୁଲମଣିଙ୍କର କଙ୍କାଳ ନା ଆଉ କାହାର ଏବଂ ଯଦି ଏହା ଫୁଲମଣିଙ୍କର ମୃତ କଙ୍କାଳ ତାହେଲେ ବଣୁଆହାତୀ ଆକ୍ରମଣରେ ନା ମୃତ୍ୟୁର କାରଣ ଆଉ କିଛି ତାହା ଏବେବି ପ୍ରଶ୍ନବାଚୀ। ଅନ୍ୟପଟେ ଠାବ ହୋଇଥିବା କଙ୍କାଳ ଉକ୍ତ ମହିଳାଙ୍କର ନା ଆଉ କାହାର ତଥା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ନା ମୃତ୍ୟୁର କାରଣ ଅନ୍ୟ କିଛି ତାହାର ସଠିକ ସୂଚନା କେବଳ ଶବ ବ୍ୟବଛେଦ ପରେ ହିଁ ମିଳିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe