କ‌ରୋନାରେ ମରିଗଲା ମାନବିକତା, ଛିଡ଼ିଗଲା ପାରିବାରିକ ସଂପର୍କ : ପର କଲେ ପରିବାର, ମୃତ୍ୟୁ ପରେ ଦେଖିବାକୁ ବି ଆସିଲେନି

Advertisment
ନିୟନ୍ତ୍ରଣରେ ଭିମସାର୍‌ ସଂକ୍ରମଣ

Get My University

ସକାଳ ୧୦ଟାରୁ ହସ୍ପିଟାଲରେ ପଡ଼ିରହିଛି ମହିଳାଙ୍କ ଶବ
ପରିବାର ଲୋକ ନ ଆସିଲେ ପ୍ରଶାସନ କରିବ ଶେଷକୃତ୍ୟ

ସମ୍ବଲପୁର : କରୋନା ମାରିଦେଲା ସଂପର୍କକୁ। ପାରିବାରିକ ବନ୍ଧନ ବି ଛିଡ଼ିଗଲା। ଭିମ୍‌ସାରରେ ସୋମବାର ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। କୋଭିଡ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ଜଣେ ମହିଳାଙ୍କୁ ପର କରିଦେଇଛନ୍ତି ପରିବାର। ଚିକିତ୍ସା ବେଳେ ତାଙ୍କ ସେବାଶୁଶ୍ରୁଷା ପାଇଁ ତାଙ୍କ ପୁଅଝିଅ କି ପରିବାର ଲୋକେ ତ ପାଖକୁ ଆସିଲେନି; ମୃତ୍ୟୁ ପରେ ଦେଖିବାକୁ କି ଶବ ନେବାକୁ ବି ଆସିଲେନି। ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିବା ପରେ ଭିମ୍‌ସାର ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ସୂଚନା ପ୍ରଦାନ କରାଯାଇଥିଲା। ସକାଳ ୧୦ଟାରେ ସୂଚନା ଦିଆଯାଇଥିବା ସତ୍ତ୍ବେ ମୃତଦେହ ଦେଖିବାକୁ ରାତି ଯାଏ କେହି ଆସି ନଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଶେଷରେ ମୃତକଙ୍କ ଶବକୁ କୋଭିଡ୍‌ ହସ୍ପିଟାଲର ଶବଗୃ୍ହରେ ରଖାଯାଇଛି। ସରକାରୀ ନିୟମାନୁସାରେ ୭୨ ଘଣ୍ଟା ଯାଏ ଶବ ରଖାଯିବା ପରେ ରାଜଘାଟରେ ପ୍ରଶାସନ ପକ୍ଷରୁ ତାଙ୍କର ଶେଷକୃ୍ତ୍ୟ କରାଯିବ ବୋଲି ଭିମ୍‌ସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୨ ଦିନ ତଳେ ସମ୍ବଲପୁର ସହରର ଏହି ମହିଳା(୫୦)ଙ୍କ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। କୋଭିଡ୍‌ ସନ୍ଦେହରେ ତାଙ୍କୁ ପ୍ରଥମେ ଆଇସୋଲେସନ୍‌ ୱାର୍ଡକୁ ‌ନିଆଯାଇଥିଲା। ଏହାପରେ ତାଙ୍କର ସ୍ବାବ୍‌ ସଂଗ୍ରହ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ ମହିଳାଙ୍କ ପରିବାର ଲୋକେ ଆଉ ପାଖକୁ ଆସିନଥିଲେ। ସୋମବାର ସକାଳ ୧୦ଟାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସଙ୍ଗେସଙ୍ଗେ ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ ସୂଚନା ପ୍ରଦାନ କରିଥିଲେ। ମାତ୍ର ଏହା ପରଠାରୁ ପରିବାର ଲୋକେ ଆଉ ଡାକ୍ତରଖାନାକୁ ଆସିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe