Humanity is dead: ମରିଗଲା ମାନବିକତା: ବସ୍‌ରେ ଚାଲିଗଲା ଜୀବନ, ରାସ୍ତାରେ ଶବ ଛାଡ଼ି ପାର‌୍‌

ବସ୍‌ରେ ଘରକୁ ଫେରୁଥିଲେ ସ୍ବାମୀ-ସ୍ତ୍ରୀ। ଅଧା ରାସ୍ତାରେ ବସ୍‌ ଭିତରେ ଚାଲିଗଲା ସ୍ବାମୀଙ୍କ ଜୀବନ। କିନ୍ତୁ ମୃତଦେହକୁ ରାସ୍ତାକଡ଼ରେ ଛାଡ଼ି ବସ୍‌ ସେଠାରୁ ଚାଲିଯିବା ଭଳି ଏକ ଅମାନବୀୟ ଘଟଣା ଆଜି କେନ୍ଦ୍ରାପଡ଼ା ଦୁହୁରିଆଛକ ନିକଟରେ ଦେଖିବାକୁ ମିଳିଛି।

sfssfsfsf

କେନ୍ଦ୍ରାପଡ଼ା: ବସ୍‌ରେ ଘରକୁ ଫେରୁଥିଲେ ସ୍ବାମୀ-ସ୍ତ୍ରୀ। ଅଧା ରାସ୍ତାରେ ବସ୍‌ ଭିତରେ ଚାଲିଗଲା ସ୍ବାମୀଙ୍କ ଜୀବନ। କିନ୍ତୁ ମୃତଦେହକୁ ରାସ୍ତାକଡ଼ରେ ଛାଡ଼ି ବସ୍‌ ସେଠାରୁ ଚାଲିଯିବା ଭଳି ଏକ ଅମାନବୀୟ ଘଟଣା ଆଜି କେନ୍ଦ୍ରାପଡ଼ା ଦୁହୁରିଆଛକ ନିକଟରେ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ମୃତଦେହ ସହିତ ଅସହାୟ ପତ୍ନୀଙ୍କୁ ଛାଡ଼ି ବସ୍‌ କର୍ମଚାରୀ ପଳାଇଯିବା ଘଟଣା ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି।

ବାରିପଦା ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦବିଲ ଅଞ୍ଚଳ ବାଘରାଏ ମାରଢ଼ୀ ଓ ପତ୍ନୀ ଦୁଲାରୀ ମାରଢ଼ୀ କେନ୍ଦ୍ରାପଡ଼ାକୁ କାମ କରିବାକୁ ଆସିଥିଲେ। ଆଜି ଦୁହେଁ ଏକ ବସ୍‌ରେ କଟକ ଯାଉଥିଲେ। କିନ୍ତୁ ବାଟରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ବସ୍‌ କର୍ମଚାରୀ ଏହା ଜାଣିବା ପରେ ଦୁହୁରିଆଛକ ଠାରୁ ଅଳ୍ପ ଦୂରରେ ବସ୍‌ ରଖି ମୃତ ସ୍ବାମୀ ସହିତ ସ୍ତ୍ରୀକୁ ଓହ୍ଲାଇ ଦେଇ ପଳାଇ ଯାଇଥିଲେ। ରାସ୍ତା କଡ଼ରେ ସ୍ବାମୀ ମୃତଦେହ ପାଖେ ସ୍ତ୍ରୀ କାନ୍ଦୁଥିବା ଲୋକ ଦେଖିବା ପରେ ପୂରା ଘଟଣା ସାମନାକୁ ଆସିଥିଲା। ପାଖରେ ଅର୍ଥ ନ ଥିବାରୁ ସ୍ବାମୀଙ୍କ ମୃତଦେହକୁ ହସ୍ପିଟାଲ୍‌ ଯାଏଁ ନେବା ବି ସ୍ତ୍ରୀଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ଶେଷରେ ବଜାର କମିଟି ସଦସ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ।

ମୃତଦେହକୁ ହସ୍ପିଟାଲ୍‌ ପଠାଇଲେ ବଜାର କମିଟି ସଦସ୍ୟ

Arrest: ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଦୁଇ ଗିରଫ

Odisha Assembly: ନବୀନ ଯେ ତାଙ୍କଠୁ ବୟସରେ ବଡ଼… ରାଷ୍ଟ୍ରପତି ହୋଇ ବି ମୁଣ୍ଡ ନୁଆଁଇ କଲେ ନମସ୍କାର, ଇତିହାସ ମନେରଖିବ ମହାମହିମଙ୍କ ମହନୀୟତା

ବଜାର କମିଟି ସ˚ପାଦକ ସନାତନ ମୁଦୁଲି ବ୍ୟବସାୟୀଙ୍କଠୁ ୨ହଜାର ଟଙ୍କା ଯୋଗାଡ଼ କରିବା ପରେ ଆମ୍ବୁଲାନ୍ସ ଡକାଇଥିଲେ। ସେହି ଆମ୍ବୁଲାନ୍ସରେ ମୃତଦେହ ସହିତ ପତ୍ନୀଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ପଠାଯାଇଥିଲା। ଗଣମାଧୢମ ପ୍ରତିନିଧି ଏ ସ˚କ୍ରାନ୍ତରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳଙ୍କ ଆଦେଶକ୍ରମେ ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମହାପ୍ରୟାଣ ଗାଡ଼ିରେ ତାଙ୍କ ଗାଁକୁ ପଠାଯିବାର ବ୍ୟବସ୍ଥା ହୋଇଛି। ଏ ସ˚କ୍ରାନ୍ତରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ ହୋଇଛି। ଏହାଛଡ଼ା ଜିଲ୍ଲା ରେଡକ୍ରସ୍‌ ପାଣ୍ଠିରୁ ବିଧବା ପତ୍ନୀଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe