ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ: ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ଦେଲେ ସମର୍ଥନ

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ: ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ଦେଲେ ସମର୍ଥନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନ ହିଙ୍ଗମାରେ ସୋମବାର ଦିନ ଶତାଧିକ କର୍ମୀ ବିଜୁ ଜନତା ଦଳ(ବିଜେଡି) ଛାଡ଼ିଛନ୍ତି। ବିଜେଡି ପ୍ରତି ଅସନ୍ତୋଷ ଦେଖାଯାଇଥିବା କର୍ମୀମାନେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏଥି ସହିତ କର୍ମୀମାନେ ଚଳିତ ନିର୍ବାଚନରେ ବୀରମହାରାଜପୁର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ସମର୍ଥନ ଦେଇଛନ୍ତି।

publive-image

ହିଙ୍ଗାମାସ୍ଥିତ ରାମଜୀ ମଠ ପରିସରରେ ଶ୍ରୀ ଜଗଦଲାଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା। ଏହି ସମାରୋହରେ ବିଜେଡି କର୍ମୀମାନେ ଉତ୍ସାହିତ ହୋଇ ବିଜେପିରେ ଯୋଗ ଦେଇଥିଲେ। ମାଟିର ପୁଅ ଶ୍ରୀ ଜଗଦଲାଙ୍କୁ ସମର୍ଥନ ଦେବାକୁ ରଣହୁଙ୍କାର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ସ୍ଲୋଗାନରେ ଆକର୍ଷିତ ହୋଇ ବିଜେଡିର ମାନଗୋବିନ୍ଦ ମହାକୁର, ସମୀର ଭୋଇ, ସେନାରୁ ଅମସରପ୍ରାପ୍ତ ଉମେଶ ବୁଧିଆଙ୍କ ସମେତ ରକ୍ସା ଗ୍ରାମର  ଆଲୋକ ରଂଜନ ପର୍ଡିଆ, ମଧୁସୁଦାନ ଷlଣ୍ଢ, ମହେଶ କୁମାର ଭୋଇ, ପୁଲକ ପରିଡ଼ା, ସୁନୀଲ ପର୍ଡିଆ, ମାନସ ମାଝୀ, ଅର୍ଜୁନ ତରିଆ, ପପୁନ୍ କର୍ମୀ, ସବ୍ୟସାଚୀ ଭୋଇ, ସତୀଶ ବେହେରା, ପୁରୁଷୋତ୍ତମ ଭୋଇ, ବିକାଶ ପଣ୍ଡା, ମଧୁସୂଦନ ଭୋଇ, ସୁଶୀଲ କୁମାର ପର୍ଡିଆ, ଜ୍ୟୋତିରଂଜନ ଭୋଇ, ନବୀନ ମାଝୀ, ଆକାଶ ମାଝୀ, ରଞ୍ଜନ ସେଠୀ, ଅମରେଶ ବାଗ, ସନତ୍ କର୍ମୀ, ବେଲାରସେନ ଭୋଇ, ଗୁରୁପଙ୍ଗା ନିବାସୀ ସନାତନ ପର୍ଡିଆ, ଆଲୋକ ପଧାନ,  ସରୋଜ ମେଣ୍ଡିଲି, ନିରାକାର ପର୍ଡିଆ, କୁନା ଡାଙ୍ଗ, ନିରଂଜନ ପର୍ଡିଆ, ଜିତେଶ କୁମାର ଡାଙ୍ଗ, ଧୀରୋଜ୍‌ ପଧlନ, ସତ୍ୟପ୍ରିୟା ବିଶି, ସମୀର ଖେତି, ଗପ ମାଝି, ପଦ୍ମଲୋଚନ କର୍ମୀ,  ତ୍ରିଲୋଚନ କର୍ମୀ, ବ୍ୟାସଦେବ ମହାକୁର ଓ ସାନନ୍ଦ ପ୍ରଧାନ ପ୍ରମୁଖ।

ମିଶ୍ରଣ ପର୍ବରେ ବଲାଙ୍ଗୀର ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓଙ୍କ ନେମିନି ନଳିନୀ ପଣ୍ଡା, ବରିଷ୍ଠ କର୍ମୀ ରାଧାକାନ୍ତ ମହାକୁର, ଶରତ ମିଶ୍ର, ରାଧାକାନ୍ତ ପଣ୍ଡା, ଆଦିତ୍ୟ ପୁରୋହିତ ଓ ସୌମ୍ୟରଞ୍ଜନ ନାଏକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe