ଶତାୟୁଙ୍କୁ ଶେଷ ବିଦାୟ: ବାଜିଲା ଡିଜେ, କୋକେଇ ସମ୍ମୁଖରେ ନାଚିଲେ

Advertisment
ଶତାୟୁଙ୍କୁ ଶେଷ ବିଦାୟ: ବାଜିଲା ଡିଜେ, କୋକେଇ ସମ୍ମୁଖରେ ନାଚିଲେ

ବରଗଡ଼: ବରଗଡ଼ ଜିଲ୍ଲା ତବଡ଼ା ପଞ୍ଚାୟତ ଅନ୍ତର୍ଗତ କଳଙ୍ଗାପାଲି ଗ୍ରାମରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର କୁଶ ମେହେର (୧୦୫)ଙ୍କ ଶନିବାର ପ୍ରାଣବାୟୁ ଚାଲିଯାଇଥିଲା । ତାଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା। କିନ୍ତୁ ସମାଜର ରୀତିନୀତି ଅନୁଯାୟୀ ଘରଠୁ ମଶାଣି ଯାଏଁ ଏକ ନିଆରା ଭାବରେ ତାଙ୍କୁ ଶେଷ ବିଦାୟ ଦିଆଯାଇଥିଲା।

ପରିବାର ପକ୍ଷରୁ ଏକ ଡିଜେ ସିଷ୍ଟମ୍‌ ବ୍ୟବସ୍ଥା କରାଯାଇଥିଲା।  ବରଯାତ୍ରୀ ଶୋଭାଯାତ୍ରା ଭଳି କୋକେଇ ସମ୍ମୁଖରେ ଲୋକେ ନାଚଗୀତରେ ଝୁମି ଉଠିଥିଲେ। ଏଥିରେ  ସମସ୍ତ ପରିବାରବର୍ଗ, ବନ୍ଧୁବାନ୍ଧବ, ଜାତିଭାଇ ସାମିଲ ହୋଇ ଗାଁ ଦାଣ୍ଡରେ ହସ ଉଲ୍ଲାସରେ ନାଚି ନାଚି ମଶାଣି ପର୍ଯ୍ୟନ୍ତ ଯାଇଥିଲେ। ପରେ ବଡ଼ପୁଅ ଯୋଗେନ୍ଦ୍ର ମେହେର ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe