ଏକୋଇଶିଆ ଭୋଜି ଖାଇ ଶତାଧିକ ଅସୁସ୍ଥ

Advertisment
ଏକୋଇଶିଆ ଭୋଜି ଖାଇ ଶତାଧିକ ଅସୁସ୍ଥ

Orissa Post

ଦଶରଥପୁର:  ଏକୋଇଶିଆ ଭୋଜି ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୩୭ଜଣ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ୨୭ ଜଣ ଗୁରୁତର ଅସୁସ୍ଥଙ୍କୁ  ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଅନ୍ତର୍ଗତ ଅସ୍ତକ ଗ୍ରାମରେ ଗୁରୁବାର ରାତିରେ ପ୍ରକାଶ ବେହେରାଙ୍କ ପୁଅ ଏକୋଇଶିଆ (ନାମକରଣ) ଭୋଜି ହୋଇଥିଲା । ଭୋଜି ଖାଇଥିବା ଲୋକେ ଶୁକ୍ରବାର ଜ୍ୱର, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ୩୭ ଜଣ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତରଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିବା ଦେଖାଯାଇଛି ।

ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଚିକିତ୍ସା କରୁଥିବା ଡକ୍ଟର ଅମ୍ରିତାପ୍ରିତମ ମଲ୍ଲ ଆଶଙ୍କା ପ୍ରକାଶ କରିଛନ୍ତି।  ସେହିପରି ବହୁ ସଂଖ୍ୟାରେ ଅସୁସ୍ଥ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଧୁଷୁରୀରେ ଚିକିତ୍ସିତ ହେଉଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ ।ମଂଗଳପୁର ଡାକ୍ତରଖାନାରେ ବର୍ତ୍ତମାନ ଅମରେଶ ବେହେରା(୧୦), ରଂଗଲତା ବେହେରା(୨୮), ପୁଷ୍ପା ସାହୁ(୨୭), ସୋନାଲି ବେହେରା(୧୩), ଅଜୟ କୁମାର ମହାଳିକ(୨୪), ଲିଜାରାଣୀ ବେହେରା(୨୦), ମୋନାଲିସା (୧୬), ଅଂଜୁ ସେଠୀ(୨୨), ସୁମିତ୍ରା ସେଠୀ(୫୫), ସୂର୍ଯ୍ୟମଣୀ କୁଅଁର(୫), ସୁମା ବେହେରା(୧୧)ଙ୍କ ସମେତ ୩୭ ଜଣ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe