ଗୋପାଳପୁର ବେଳାଭୂମିରେ ଶହଶହ ମଲା ଜେଲିଫିସ୍‌

Advertisment
ଗୋପାଳପୁର ବେଳାଭୂମିରେ ଶହଶହ ମଲା ଜେଲିଫିସ୍‌

ବ୍ରହ୍ମପୁର: ଗୋପାଳପୁର ମୁଖ୍ୟ ବେଳାଭୂମି ଠାରୁ ହରିପୁର ମୁହାଣ ଆଡ଼କୁ ପ୍ରାୟ ୫ଶହ ମିଟର ଅଞ୍ଚଳରେ ଶହଶହ ସଂଖ୍ୟାରେ ମଲା ଜେଲିଫିସ୍‌ ପଡ଼ିଥିବା ଦେଖି ଆଜି ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବେଳାଭୂମିରେ ଜେଲିଫିସ୍‌ ମରିବା ପଛର କାରଣ ସ୍ପଷ୍ଟ ହୋଇନଥିଲେ ବି ସମୁଦ୍ର ପାଣିରେ ଶହ ଶହ ସଂଖ୍ୟାରେ ଭାସି ଆସି ବେଳାଭୂମିରେ ରହିଯାଇଥିଲେ। ସମୁଦ୍ର ଲହଡ଼ିରେ କିଛି ଜେଲିଫିସ୍‌ ପୁଣି ସମୁଦ୍ରକୁ ଚାଲିଯାଇଥିବା ବେଳେ ଅନ୍ୟମାନେ ମରି ପଡ଼ିଥିବା ଦେଖିବାକୁ ମିଳିଛି।

ଏନେଇ ଜେଡ୍‌ଏସ୍‌ଆଇର ବୈଜ୍ଞାନିକ ଡ. ଅନୀଲ ମହାପାତ୍ର କହିଛନ୍ତି, ଜେଲିଫିସ୍‌ ସମୁଦ୍ରକୂଳକୁ ଆସିବାର ସେଭଳି କିଛି ନିର୍ଦ୍ଦି‌ଷ୍ଟ କାରଣ ନାହିଁ। ଏହି ସମୟରେ ସେମାନଙ୍କ ବଂଶବୃଦ୍ଧି ହୋଇ ସଂଖ୍ୟା ବଢ଼ିଥାଏ। ଏଣୁ ସମୁଦ୍ର ଜୁଆରରେ ଦକ୍ଷିଣା ପବନ ଯୋଗୁଁ ଜେଲିଫିସ୍‌ ବେଳାଭୂମିକୁ ଚାଲିଆସିଥାନ୍ତି। ସେମାନଙ୍କ ଗତି ଧୀର ରହିଥିବା ଯୋଗୁ ସମୁଦ୍ରକୁ ଫେରି ପାରନ୍ତି ନାହିଁ, ତେଣୁ କୂଳରେ ମରିଯାଆନ୍ତି। ପ୍ରତିବର୍ଷ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। କିଛି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି ରାତିରେ ଜାଲରେ ଲାଗି କିଛି ଜେଲିଫିସ୍‌ ମାରିଯାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe