ଶତାଧିକ ଜବ୍‌କାର୍ଡ ରଦ୍ଦ: ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

Advertisment
ଶତାଧିକ ଜବ୍‌କାର୍ଡ ରଦ୍ଦ: ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ବାବେକୋହରା ଓ କଛାରପଡ଼ା ଗ୍ରାମର ଶତାଧିକ ହିତାଧିକାରୀଙ୍କ ଜବ୍‌କାର୍ଡକୁ ବ୍ଲକର ବିଭାଗୀୟ କର୍ମଚାରୀ ରଦ୍ଦ କରିଥିବା ଅଭିଯୋଗ ନେଇ ବୁଧବାର ଉଭୟ ଗ୍ରାମବାସୀ କୋକସରା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ହିତାଧିକାରୀଙ୍କୁ ନଜଣାଇ ଶତାଧିକ ହିତାଧିକାରୀଙ୍କ ଜବ୍‌କାର୍ଡକୁ ବ୍ଲକର ବିଭାଗୀୟ କର୍ମଚାରୀ ରଦ୍ଦ କରିଦେଇଛନ୍ତି। ଯାହା ଫଳରେ ସରକାରଙ୍କ ମନରେଗା ଯୋଜନାରେ ଏହି ଶ୍ରମିକମାନେ କାମ କରିବାରୁ ବଞ୍ଚିତ ହୋଇଛନ୍ତି।

ଅନ୍ୟପଟେ ସରକାରୀ କର୍ମଚାରୀଙ୍କ ନାଁରେ ଜବକାର୍ଡ ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଯେଉଁମାନେ ପ୍ରକୃତ ଶ୍ରମିକ ବର୍ଷ ତମାମ୍ କାମକରି ପରିବାର ପ୍ରତିପୋଷଣ କରନ୍ତି, ସେମାନଙ୍କ ଜବ୍ କାର୍ଡକୁ ଜାଣିଶୁଣି ରଦ୍ଦ କରାଯାଇଛି। ଏଣୁ ଏହାର ଉଚିତ ତଦନ୍ତ କରି ଗରିବ ଶ୍ରେଣୀର ଲୋକଙ୍କ ଜବ୍‌କାର୍ଡକୁ ପୁନଃ ଚାଲୁ କରିବା ସହ କାମ ନକରିବା ଲୋକଙ୍କ ନାମରେ ଥିବା ଜବକାର୍ଡକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଏନେଇ ବୁଧବାର ୱାର୍ଡସଭ୍ୟ କୃଷ୍ଣଚନ୍ଦ୍ର ରାଉତ, କୈବଲ୍ୟ ନାଏକ, ଯୁବରାଜ ନାଏକଙ୍କ ସହ ମୀନକେତନ ମାଝୀ, କ୍ଷୀର ମାଝୀ, ବଳସିଂ ପୁଝାରୀ, କୈଲାସ ନାଏକ, ଅଭି ରାଉତ, ମକରନ୍ଦ ମାଝୀ, ହରିପାଳ ଗଉଡ଼, ହେମରାଜ ନାଏକ, ବସନ୍ତ କୁମାର ନାଏକଙ୍କ ସେମତେ ବହୁ ହିତାଧିକାରୀ ଏକ ଅଭିଯୋଗପତ୍ର ବିଡିଓ ମନିଷା ଦାସଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe