Bhadrak Politics: ବିଜେପିରେ ମିଶିଲେ ବିଜେଡ଼ି ନେତା ଧବଳେଶ୍ଵର ପଣ୍ଡା

Advertisment

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକର ବିଜେଡି ଗଡ଼ ପ୍ରତିଦିନ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଉଛି। ଦିନଥିଲା ଭଦ୍ରକ ଜିଲ୍ଲାରେ ସବୁଠି ଶୁଣାଯାଇଥିଲା ଶଙ୍ଖ ଧ୍ୱନି। ଆଜି ସେ ଶଙ୍ଖ ଗଡ଼ ଭାଙ୍ଗି ଛାରଖାର ହୋଇଯାଉଛି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକର ବିଜେଡି ଗଡ଼ ପ୍ରତିଦିନ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଉଛି। ଦିନଥିଲା ଭଦ୍ରକ ଜିଲ୍ଲାରେ ସବୁଠି ଶୁଣାଯାଇଥିଲା ଶଙ୍ଖ ଧ୍ୱନି। ଆଜି ସେ ଶଙ୍ଖ ଗଡ଼ ଭାଙ୍ଗି ଛାରଖାର ହୋଇଯାଉଛି।

Untitled-29.jpg

ଭଦ୍ରକ (ହରିହର ନାୟକ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକର ବିଜେଡି ଗଡ଼ ପ୍ରତିଦିନ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଉଛି। ଦିନଥିଲା ଭଦ୍ରକ ଜିଲ୍ଲାରେ ସବୁଠି ଶୁଣାଯାଇଥିଲା ଶଙ୍ଖ ଧ୍ୱନି। ଆଜି ସେ ଶଙ୍ଖ ଗଡ଼ ଭାଙ୍ଗି ଛାରଖାର ହୋଇଯାଉଛି। ଭଦ୍ରକରେ ବିଜେପିର ଯୁବ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କର ନେତୃତ୍ୱରେ ପ୍ରତିଦିନ ଚାଲିଛି ମିଶ୍ରଣ ପର୍ବ। ଲୁଲୁ ସାମଲ ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ଦିନ ଠାରୁ ବିଜେଡି ଛାଡ଼ି ବହୁ ଯୁବ ନେତା ବିଜେପିରେ ସାମିଲ ହେଉଛନ୍ତି।

ଆଜି ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ରଙ୍କ ନେତୃତ୍ବରେ ଭଦ୍ରକ ବ୍ଲକ ଅନ୍ତର୍ଗତ କୋରକୋରା ପଞ୍ଚାୟତର ଟାଣୁଆ ବିଜେଡି ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ ଧବଳେଶ୍ଵର ପଣ୍ଡା ଓ ତାଙ୍କ ପତ୍ନୀ ସରପଂଚ ମୋନାଲିସା ପଣ୍ଡା, ନ୍ୟାୟବ ସରପଂଚ ମାନସ ନାୟକଙ୍କ ସମେତ ଶତାଧିକ ବିଜେଡି କର୍ମୀ ଆଜି ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବ ପରେ କୋର୍ କୋରା ପଞ୍ଚାୟତ ଏବେ ବିଜେପିର ସଂଗଠନ ବେଶ୍ ସୁଦୃଢ଼ ହେବ ବୋଲି ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି। ବିଜେଡି ନେତାମାନେ ବିଜେପିରେ ଯୋଗଦେବା ପରେ ବିଧାୟକ ସେମାନଙ୍କୁ  ଦଳୀୟ ଟୋପି ଓ  ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଆହୁରି ପଢ଼ନ୍ତୁ: Black Gold Mine: ପାକିସ୍ତାନରେ ମିଳିଲା କଳା ସୁନାର ଖଣି! ମେଣ୍ଟିବ ଦେଶର ଭୋକ

ଆଜିର ଏହି ମିଶ୍ରଣ ପର୍ବରେ ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବିଜେପି ଜିଲା ସଭାପତି ଭଗବାନ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାସ୍କର ସାହୁ, ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନାଙ୍କ ସମେତ ବହୁ ବିଜେପି ନେତା ଯୋଗ ଦେଇ ଧବଳେଶ୍ବର ପଣ୍ଡାଙ୍କୁ ସ୍ଵାଗତ କରୁଥିଲେ। ବିଜେପିରେ ଯୋଗଦେବା ପରେ ଶ୍ରୀ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେପିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ଭଦ୍ରକ ବିଧାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ବିଜେପିରେ ଯୋଗଦେଇଛନ୍ତି।

ଆହୁରି ପଢ଼ନ୍ତୁ: Coastal Security: ସମୁଦ୍ରତଟ ସୁରକ୍ଷା ପାଇଁ ଦୀର୍ଘମିଆଦି ଯୋଜନା ଆରମ୍ଭ କରାଯାଇଛି: ଡିଜିପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe