ଶବ ବ୍ୟବଚ୍ଛେଦ ଗୃହରୁ ଶତାଧିକ ‘ଭିସେରା’ ଗାଏବ, ବଡ଼ଧରଣର ଷଡ଼୍‌ଯନ୍ତ୍ର ଆଶଙ୍କା

Advertisment
ଶବ ବ୍ୟବଚ୍ଛେଦ ଗୃହରୁ ଶତାଧିକ ‘ଭିସେରା’ ଗାଏବ, ବଡ଼ଧରଣର ଷଡ଼୍‌ଯନ୍ତ୍ର ଆଶଙ୍କା

ଝାରସୁଗୁଡ଼ା : ଝାରସୁଗୁଡ଼ା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି। ତାହା ପୁଣି ଶହ ଶହ ସଂଖ୍ୟାରେ। ଏଭଳି ଏକ ଅଭାବନୀୟ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏକକାଳୀନ ୨ରୁ ୩ ଶହ ଜାର ଭର୍ତ୍ତି ଭିସେରା ଚୋର ପଛରେ ବଡ଼ଧରଣର ଷଡ଼୍‌ଯନ୍ତ୍ର ଥିବା ଅନୁମାନ କରାଯାଉଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ପୁଲିସ ଅତ୍ୟନ୍ତ ହାଲୁକା ଭାବରେ ନେଉଥିବାରୁ ଏହି ଘଟଣାରେ ରହସ୍ୟ ଲୁଚିଥିବା ନେଇ ଚର୍ଚ୍ଚା ହେଉଛି।

କର୍ତ୍ତୃପକ୍ଷ ବେପରୁଆ, ହାଲୁକା ଭାବେ ନେଉଛି ପୁଲିସ
ରହସ୍ୟରେ ରହିଗଲା ବହୁ ସନ୍ଦେହଜନକ ମୃତ୍ୟୁର କାରଣ

ହସ୍ତଗତ ସୂଚନା ଅନୁସାରେ, ଝାରସୁଗୁଡ଼ା ମଙ୍ଗଲବଜାରଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ଘଟଣା ଅନ୍ତର୍ଭୁକ୍ତ ଗଚ୍ଛିତ ଭିସେରା ଚୋରି ହୋଇଛି। ଚୋରି ଭିସେରା ସଂଖ୍ୟା ନିର୍ଦ୍ଦିଷ୍ଟ ଭାବରେ କୁହାଯାଉନଥିବାବେଳେ ୨ ରୁ ୩ ଶହ ହେବ ବୋଲି ଜଣାପଡ଼ିଛି। ପ୍ରତି ଭିସେରାକୁ ଅଲଗା ଅଲଗା ଜାରରେ ଗଚ୍ଛିତ ରଖାଯାଉଥିବାବେଳେ ଏତେ ସଂଖ୍ୟାରେ ଜାର୍‌ ଭର୍ତ୍ତି ଭିସେରା କେମିତି ଚୋରି ହୋଇପାରିଲା, ସେନେଇ ସନ୍ଦେହ ସୃଷ୍ଟି ହେଉଛି। ଏହାପଛରେ କୌଣସି ଜଣେ ବ୍ୟକ୍ତିଙ୍କ ହାତ ଥିବା ସହଜରେ ଗ୍ରହଣ କରିହେଉନାହିଁ। ଯୋଜନାବଦ୍ଧ ଭାବରେ ଏହା ଏକାଧିକ ବ୍ୟକ୍ତିଙ୍କ କାରନାମା ବୋଲି ଚର୍ଚ୍ଚା ହେଉଛି। ଗତ ଡିସେମ୍ବର ୨ ତାରିଖରେ ଏକ ଶବ ବ୍ୟବଚ୍ଛେଦ ପାଇଁ ଖୋଲାଯିବା ବେଳେ ସେଠାରେ ଭିସେରା ରଖାଯାଇଥିବା କାଚ ଜାର୍‌ଗୁଡ଼ିକ ଉଭାନ ହୋଇ ଯାଇଥିବା ଜଣାପଡ଼ିଥିଲା। ଏଥିରେ ବେଲପାହାଡ଼ ଥାନାର ଏକ ଡିଏନ୍‌ଏ ପରୀକ୍ଷା ପାଇଁ ଥିବା ନମୁନା ମଧ୍ୟ ନଥିବା ବେଳେ ‌ଗ୍ଲୋବ୍‌ସ ଗୁଡ଼ିକ ମଧ୍ୟ କେହି ଚୋରି କରି ନେଇଥିବା।

ବ୍ୟବଚ୍ଛେଦ ସହଯୋଗୀ ସୁଶୀଳ ସୁନାନୀ ଏ ସଂପର୍କରେ ତୁରନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି। ମାତ୍ର, ସିଡିଏମ୍‌ଓ ଥାନାରେ ଏଫ୍‌ଆଇଆର ଦେବାପାଇଁ ଡିଏମ୍‌ଓ (ଏମ୍‌ଏସ୍‌)ଙ୍କୁ ନିର୍ଦ୍ଦେଶ ଦେଇ ଚୁପ୍‌ ରହି ଯାଇଥିଲେ। ପୁଲିସ ମଧ୍ୟ ଏହି ଅଭିଯୋଗକୁ ହାଲୁକା ଭାବରେ ନେଇଥିଲା। ଫଳରେ, ଚୋରି ଘଟଣା ୨ ତାରିଖ ହୋଇଥିବା ବେଳେ ୮ ତାରିଖ ଦିନ ଏକ ଷ୍ଟେସନ ଡାଏରି କରାଯିବା ଏବେ ଘଟଣାକୁ ସନ୍ଦେହ ମଧ୍ୟକୁ ଠେଲି ଦେଇଛି। ଏହା ଚୋରି ନୁହେଁ ଏହା ମଦୁଆଙ୍କ କାମ ବୋଲି କହିବା ପୁଲିସର ବେଖାତିର ମନୋଭାବକୁ ଯେତିକି ପ୍ରକାଶ କରୁଛି, ଜାଣିଶୁଣି ଘଟଣାକୁ ନଜରଅନ୍ଦାଜ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ରହିଥିବା ବି ସେତିକି ସନ୍ଦେହ କରାଯାଉଛି।

ବେ ନିଶ୍ଚିତ ଏହାପଛରେ ଯେକୌଣସି ଉଦ୍ଦେଶ୍ୟ ରହିଛି ଏଥିରେ ସନ୍ଦେହ ନାହିଁ।

ଅନ୍ୟପକ୍ଷରେ, ଜଘନ୍ୟ ହତ୍ୟା, ଧର୍ଷଣ ପରେ ହତ୍ୟା, ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିବା ଭଳି ଅନେକ ସଂଗିନ ଅପରାଧ ସବୁଦିନ ପାଇଁ ଲୁଚି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe