‘ସୁଭଦ୍ରା’ ଆବେଦନ କରିନାହାନ୍ତି ନଗଡ଼ାର ଶହେ ମହିଳା

Advertisment

ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି ନଗଡ଼ାର ଶହେ ଗରିବ ମହିଳା। ବଣ ଜଙ୍ଗଲଘେରା ପରିବେଶ ତଥା ସାଧାରଣ ଯୋଗାଯୋଗ ବ୍ୟବସ୍ଥାରୁ ଦୂରେଇ ରହିଥିବା ଏହି ଦୁର୍ଗମ ଅଞ୍ଚଳର ଅଧିକାଂଶ ମହିଳା ସୁଭଦ୍ରା ସମ୍ପର୍କରେ ଅଜ୍ଞ।

ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି ନଗଡ଼ାର ଶହେ ଗରିବ ମହିଳା। ବଣ ଜଙ୍ଗଲଘେରା ପରିବେଶ ତଥା ସାଧାରଣ ଯୋଗାଯୋଗ ବ୍ୟବସ୍ଥାରୁ ଦୂରେଇ ରହିଥିବା ଏହି ଦୁର୍ଗମ ଅଞ୍ଚଳର ଅଧିକାଂଶ ମହିଳା ସୁଭଦ୍ରା ସମ୍ପର୍କରେ ଅଜ୍ଞ।

00

କାଳିଆପାଣି: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି ନଗଡ଼ାର ଶହେ ଗରିବ ମହିଳା। ବଣ ଜଙ୍ଗଲଘେରା ପରିବେଶ ତଥା ସାଧାରଣ ଯୋଗାଯୋଗ ବ୍ୟବସ୍ଥାରୁ ଦୂରେଇ ରହିଥିବା ଏହି ଦୁର୍ଗମ ଅଞ୍ଚଳର ଅଧିକାଂଶ ମହିଳା ସୁଭଦ୍ରା ସମ୍ପର୍କରେ ଅଜ୍ଞ। ଯୋଗ୍ୟ ଆଶାୟୀ ମହିଳାଙ୍କ ସୁଭଦ୍ରା ଆବେଦନ ପାଇଁ ନଗଡ଼ାରୁ ବଣପାହାଡ଼ ରାସ୍ତାରେ ୨୦ କିଲୋମିଟର ଦୂର କାଳିଆପାଣି ଆସିବା ଏବଂ ଜନସେବା କେନ୍ଦ୍ର ଓ ବ୍ୟାଙ୍କକୁ ଯାତାୟାତ ଦିଗରେ ଆନୁଷଙ୍ଗିକ ବ୍ୟୟ ବହନ କରିବାରେ ସାମର୍ଥ୍ୟ ନାହିଁ। କାଳିଆପାଣି ଆସିବାରେ ଥରକୁ ୩ ଶହ ଟଙ୍କା ଖର୍ଚ୍ଚ ଓ ତାହା ମିଳିବ କି ନାହିଁ ସେ ଅନିଶ୍ଚିତତାରେ ବହୁ ମହିଳା ସୁଭଦ୍ରାରୁ ମୁହଁ ଫେରାଉଛନ୍ତି। ନଗଡ଼ା ଓ ଏହାର ଆଖପାଖ ଗାଁ ନାଲିଆଡାବ, ଗୁହିଆଶାଳ, ତଳଡିହ ଓ ତୁମୁଣି ଗାଁର ମୋଟ ୧୩୮ଟି ପରିବାରରେ ୨୧ରୁ ୬୦ବର୍ଷ ମଧ୍ୟରେ ୧୫୬ ଜଣ ମହିଳା ଅଛନ୍ତି। ତେବେ ଏଯାଏ ମାତ୍ର ୫୬ଜଣ ମହିଳା ସୁଭଦ୍ରା ଆବେଦନ କରିଛନ୍ତି। ସଂପୃକ୍ତ ମହିଳାମାନେ ସୁଭଦ୍ରାରେ ଯୋଡ଼ି ହେବା ପାଇଁ ୩ ଥର କାଳିଆପାଣି ଆସୁଛନ୍ତି। ଜନସେବା କେନ୍ଦ୍ର ଓ ବ୍ୟାଙ୍କରେ ଦିନତମାମ ରହିବା ଭିତରେ ସେମାନଙ୍କର ପାଖାପାଖି ୯ଶହରୁ ୧ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଛି। 

ଗତ ଅକ୍ଟୋବର ୯ତାରିଖ ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ପ୍ରାଶାସନିକ ତତ୍ପରତା ପ୍ରକାଶ ପାଇଥିଲା। ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀଙ୍କ ନିର୍ଦ୍ଦେଶରେ ନଗଡ଼ାର ପ୍ରଥମ ସୁଭଦ୍ର‌ା ହିତାଧିକାରୀ ଭାବେ ମଝି ନଗଡ଼ାର ବୁକୁଳି ପ୍ରଧାନଙ୍କ ପତ୍ନୀ କୁନିଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ହଜାର ଟଙ୍କା ୟୁନିଅନ୍‌ ବ୍ୟାଙ୍କ କାଳିଆପାଣି ଶାଖାରେ ଥିବା ତାଙ୍କ ଜମାଖାତାରେ ଜମା କରାଯାଇଥିଲା। ଜିଲ୍ଲାପାଳଙ୍କ ତତ୍ପରତା ଯୋଗୁଁ ସୁକିନ୍ଦା ବିଡିଓ ଅଭିଷେକ ସ୍ବାଇଁ ଓ ଷ୍ଟେଟ୍‌ ବ୍ୟାଙ୍କ କେନ୍ଦୁଝର ଜୋନ୍‌ର ଆଞ୍ଚଳିକ ମହାପ୍ରବନ୍ଧକ କମଳଲୋଚନ ପାଣିଗ୍ରାହୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ସପ୍ତାହକ ମଧ୍ୟରେ ଏସ୍‌ବିଆଇ କଲରଙ୍ଗିଅତା ଶାଖା ପ୍ରବନ୍ଧକ କୁମୁଦରଞ୍ଜନ ମିଶ୍ର, ସ୍ବତନ୍ତ୍ର ସହାୟିକା ମମିତା ନାୟକ ଓ ଅଙ୍ଗନବାଡ଼ି ସୁପରଭାଇଜର ଶକୁନ୍ତଳା ସଏ ନଗଡ଼ା ଗସ୍ତରେ ଆସି ବିଭିନ୍ନ ବର୍ଗର ମହିଳାମାନଙ୍କୁ ଭେଟିଥିଲେ। ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍ ଓ ‌ମୋବାଇଲ୍‌ ଫୋନ୍‌ ଥିବା ମହିଳାଙ୍କୁ ଚିହ୍ନଟ କରିଥିଲେ। ନେଟ୍‌ୱର୍କ ସୁବିଧା ଥିବା ନାଲିଆଡାବ ପାହାଡ଼ ତଳେ ଏକ ଅସ୍ଥାୟୀ ଶିବିର ଖୋଲାଯାଇ ସେହିଦିନ ୩୧ଜଣ ମହିଳାଙ୍କର କେୱାଇସି ଅପ୍‌ଡେଟ୍‌ କରାଯାଇଥିଲା। ଏହା ସତ୍ତ୍ବେ ଶହେ ଜଣ ମହିଳା ସୁଭଦ୍ରାରୁ ଦୂରେଇ ରହିବା ଜଣାପଡ଼ିବା ପରେ ପ୍ରଶାସନ ଚିନ୍ତା ପ୍ରକଟ କରିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଲିଡ୍‌ ପ୍ରବନ୍ଧକ(ଏଲ୍‌ଡିଏମ୍‌) ଦିଲ୍ଲୀପ କୁମାର ଭୂୟାଁ ଆଜି କାଳିଆପାଣି ୟୁନିଅନ୍‌ ବ୍ୟାଙ୍କ ଶାଖାରେ ତନାଘନା କରିବା ସହ ସୁକିନ୍ଦା ସିଡିପିଓ ଭାନୁମତୀ ବେହେରା ଓ ବ୍ୟାଙ୍କ ଶାଖା ପ୍ରବନ୍ଧକ ରଞ୍ଜିତ କୁମାରଙ୍କ ସହ ଆଲୋଚନା କରିଥିଲେ। ତେବେ ଆଧାର କାର୍ଡ ଓ ବ୍ୟାଙ୍କ ଜମାଖାତାରେ ନାମ, ଠିକଣା ମେଳ ଖାଉନଥିବା ସହ ଅଧିକାଂଶ ମହିଳାଙ୍କର ମୋବାଇଲ୍‌ ନମ୍ବର ନଥିବା ଜଣାପଡ଼ିଥିଲା। ଖୁବଶୀଘ୍ର ସେ ଓ ସ୍ବତନ୍ତ୍ର ଏନ୍‌ଜିଓ ପ୍ରତିନିଧି ଦଳ ଏଥିପାଇଁ ନଗଡ଼ା ଗସ୍ତ କରିବେ ବୋଲି ଏଲ୍‌ଡିଏମ୍‌ ଶ୍ରୀ ଭୂୟାଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe