ଓଡ଼ିଶାରେ କଳାପାହାଡ଼ିଆ ସମୟ ଚାଲିଛି: ଧର୍ମେନ୍ଦ୍ର ପ୍ରଧାନ

ବିଜେପିରେ ଯୋଗଦେଲେ କୋଲାବିରାର ରାଜା କରୁଣାକର ସିଂହଙ୍କ ଦାୟାଦ

ଓଡ଼ିଶାରେ କଳାପାହାଡ଼ିଆ ସମୟ ଚାଲିଛି: ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଶାନ୍ତି ଥିବା ଜାଗାରେ ଶିଳ୍ପାୟନ ଓ ରୋଜଗାର ସୃଷ୍ଟି ହୁଏ। କିନ୍ତୁ ଯେଉଁଠି ରାଜ୍ୟର କ୍ୟାବିନେଟ ମନ୍ତ୍ରୀଙ୍କୁ ପୁଲିସ ହତ୍ୟା କରୁଛି। ଅସୁଲି ପାଇଁ ନାବାଳକକୁ ହତ୍ୟା କରାଯାଉଛି ସେଠାକାର ଆଇନ ଶୃଙ୍ଖଲା ସ୍ଥିତି ବୟାନ କରୁଛି। ଦାଦନ ସମସ୍ୟା, ମହାନଦୀ ତଳ ମୁଣ୍ଡରେ ପାଣିର ଉପଯୁକ୍ତ ବିନିଯୋଗ ହୋଇନପାରି ଜଳ ସେଚନ ନେହବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଫାଇଦା ନମିଳିବା ଝାରସୁଗୁଡ଼ା ଉପନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସା ପ୍ରସଙ୍ଗରେ ମତବ୍ୟକ୍ତ କରି ସମ୍ବଲପୁର ଓ ପୁରୀରେ ଉଗ୍ରବାଦୀ ଲୁଚିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଏହା ସହିତ ୩ଜଣ ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁରରେ ପୂରାଇ ନଦେବା ଘଟଣାକୁ ନେଇ ମଧ୍ୟ ପ୍ରଶାସନ ଓ ପୁଲିସ ଉପରେ ବର୍ଷିଛନ୍ତି ଶ୍ରୀ ପ୍ରଧାନ। ତୃତୀୟ ମହଲାର ଇଙ୍ଗିତରେ ପୁଲିସ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଓଡ଼ିଶାରେ ମେରି ରାୟ ଶାସନ, କଳାପାହାଡିଆ ସମୟ ଚାଲିଥିବା ସେ କହିଛନ୍ତି। ଏହା ସହିତ ଗଣତାନ୍ତ୍ରିକ ଅଧିକାରର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରି ସମ୍ବଲପୁରିୟାଙ୍କୁ ସରକାର ଚିହିଁନାହାନ୍ତି, ଦଶକ ଦଶକ ଧରି ବଡ଼ ବଡ଼ିଆଙ୍କୁ ଥଣ୍ଡା କରିଦେଇଛି ସମ୍ବଲପୁର ମାଟି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

publive-image

ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ରବିବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାରସୁଗୁଡା ଗସ୍ତରେ ଅଛନ୍ତି। ସ୍ଥାନୀୟ ହୋଟେଲ ମେଘଦୂତରେ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ କୋଲାବିରାର ରାଜା ତଥା ସ୍ୱାଧୀନତା ସଂଗ୍ରାମୀ କରୁଣାକର ସିଂହଙ୍କ ଦାୟାଦ ଓ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ତେବେ ଚଳିତ ଉପନିର୍ବାଚନରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ବେକାରୀ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବା ଯୁବ ପ୍ରାର୍ଥୀ ଟଙ୍କଧର ପ୍ରାର୍ଥୀ ହୋଇଛନ୍ତି।

publive-image

ପଦ୍ମପୁରରେ ଜିଲ୍ଲା ହେଲା? ଚାଷୀଙ୍କୁ ଇନ୍ସୁରାନ୍ସ ଟଙ୍କା ମିଳିଲା? ଚାଷୀ ସମସ୍ୟାର ସମାଧାନ ହେଲା? ବିଜେପୁରରେ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ହେଲା? କି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ ଉପନିର୍ବାଚନରେ ରାଜ୍ୟ ସରକାର ଲଣ୍ଠନ ଦେଖାଉଥିବା ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe