ଯାଜପୁର ସଦର : କରୋନା ସଂକ୍ରମଣ ରୋକିବାକୁ ଅଧା ଯାଜପୁର ସଟ୍ଡାଉନ୍। ଜିଲ୍ଲାର ଆଉ ଅଧା ଅଞ୍ଚଳରେ ଲକ୍ଡାଉନ୍। ଏହାର ପ୍ରଭାବ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡ଼ିଛି। ଯାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପାଣିକୋଇଲି ଥାନା ଅନ୍ତର୍ଗତ ଷଠିପୁର ନିକଟସ୍ଥ କରଦା ଠାରେ। କରୋନା କଟକଟଣା ପାଇଁ ଲୋକେ ପୁଲିସକୁ ଦେଖିଲେ ଭୟ କରୁଥିବାବେଳେ ଏଠାରେ ଭୋକିଲାମାଙ୍କଡ଼ମାନେ ଖାଦ୍ୟ ପାଇଁ ଜଣେ ପୁଲିସ ଅଧିକାରୀଙ୍କୁ ଘେରି ଯାଇଛନ୍ତି। ଖବରରୁ ପ୍ରକାଶ ଯେ, ଷଠିପୁର ନିକଟ କରଦା ଗ୍ରାମ ନିକଟରେ ପାଣିକୋଇଲି ଥାନାର ଏଏସ୍ଆଇ ସଞ୍ଜୟ ଦାସ ଡ୍ୟୁଟିରେ ଥିବାବେଳେ କିଛି ଭୋକିଲା ମାଙ୍କଡ଼ ତାଙ୍କ ଗାଡ଼ି ପାଖକୁ ଆସି ଯାଇଥିଲେ। କିଛି ମାଙ୍କଡ଼ ରାସ୍ତା ଉପରେ ବସିଥିବାବେଳେ ଆଉ କିଛି ତାଙ୍କ ଗାଡ଼ି ଉପରେ ଚଢ଼ିଥିଲେ। ଏଏସ୍ଆଇ ତାଙ୍କ ପାଖରେ ଥିବା ବିସ୍କୁଟ ଏହି ମାଙ୍କଡ଼ ପଲକୁ ଖାଇବାକୁ ଦେଇଥିଲେ। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us