କପିଳାସ ଅଭୟାରଣ୍ୟରୁ ବନ୍ଧୁକ ସହ ଶିକାରୀ ଗିରଫ

Advertisment
କପିଳାସ ଅଭୟାରଣ୍ୟରୁ ବନ୍ଧୁକ ସହ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡର କପିଳାସ ଅଭୟାରଣ୍ୟରୁ ଗତକାଲି ବିଳମ୍ବିତ ରାତିରେ ଶିକାର କରିବା ଉଦ୍ଦେଶ୍ୟରେ ଜଗିଥିବା ଜଣେ ଶିକାରୀକୁ ବନ୍ଧୁକ ସହ ଗିରଫ କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗନ୍ଦିଆ ବ୍ଲକ ରମେଇ ଖମାର ଗ୍ରାମର ଶ୍ରୀଧର ପୂର୍ତ୍ତିଙ୍କୁ ବନ ବିଭାଗ ଅଭୟାରଣ୍ୟରୁ ଗିରଫ କରିବା ସହ ତାଙ୍କଠାରୁ ଏକ ଦେଶୀ ବନ୍ଧୁକ ଓ ତାର ଫାସ ଜବତ କରିଛି।

ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀଧର ପୂର୍ତ୍ତିଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe