ଶିକାର କରିବାକୁ ଯାଇ ଶିକାରୀ ମୃତ

Advertisment
ଶିକାର କରିବାକୁ ଯାଇ ଶିକାରୀ ମୃତ

Naya Daur

ନାକଟିଦେଉଳ : ଶିକାର କରିବାକୁ ଯାଇ ଶିକାରୀର ଜୀବନ ଯାଇଛି। ନିଜେ ଧରିଥିବା ବନ୍ଧୁକରୁ ଗୁଳି ଫୁଟି ଜଣେ ଶିକାରୀର ମୃତ୍ୟୁ ହୋଇଥିବାବେଳେ ସାଥୀ ଶିକାରୀମାନେ ମୃତକର ଶବ ପୋତି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ତା ଥାନା ଅନ୍ତର୍ଗତ ନୂତନ ଗଞ୍ଜାବାହାଲ ଗ୍ରାମରେ। ଏ ନେଇ କିସିଣ୍ଡା ପୁଲିସ ତନାଘନା ଆରମ୍ଭ କରିଛି। ମୃତ ଶିକାରୀ ବାହାଦୁର ସିଂହଙ୍କ ଭିଣୋଇ ଛତିଶ ସିଂହକୁ ଅଟକ ରଖି ଜେରା କରାଯାଉଛି।

ଗୁରୁବାର ରାତିରେ ଗ୍ରାମର ବାହାଦୁର ସିଂହ ଓ ଅନ୍ୟ ୩ ଜଣ ନିକଟସ୍ଥ କାଇଝର ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ସେଠାରେ ବାହାଦୁର ଏକ ମୟୂରକୁ ମାରିବା ବେଳେ ଗୁଳି ଫୁଟି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସଂପର୍କରେ ଖବର ପାଇ କିସିଣ୍ତା ଥାନାଧିକାରୀ ଜଙ୍ଗଲକୁ ଯାଇ ବାହାଦୁର ସିଂହର ମୃତଦେହକୁ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ପାଇନଥିଲେ। ପୁଣି ଥରେ ପଚରାଉଚରା କରି ବାହାଦୁରଙ୍କ ସହିତ ଶିକାରକୁ ଯାଇଥିବା ତାଙ୍କ ଭିଣୋଇ ଛତିଶ ସିଂହକୁ ନେଇ ଜଙ୍ଗଲକୁ ମୃତଦେହ ଖୋଜିବା ପାଇଁ ଯାଇଥିଲେ। ମୃତ୍ୟୁ ପରେ ଜଙ୍ଗଲରେ ଏକ ନାଳବାଲିରେ ବାହାଦୁରର ମୃତଦେହକୁ ପୋତି ଦିଆଯାଇଥିବା ନେଇ ଛତିଶ ପୁଲିସ୍‌କୁ ସୂଚନା ଦେଇଥିଲା। ଏନେଇ ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ବାଇଁଙ୍କୁ ଯୋଗାଯୋଗ କରାଯିବାରୁ ଘଟଣା ସତ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe