ନିଜ ଫାଶରେ ଫସିଗଲେ ଶିକାରୀ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ବାଘପାଲି ନିକଟ ଚନ୍ଦଲୀ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାଘପାଲି ଗ୍ରାମର ହରିଶ୍ଚନ୍ଦ୍ର ପଧାନଙ୍କ ମୃତ୍ୟୁ ହୋଇଛି।

ହରିଶ୍ଚନ୍ଦ୍ରଙ୍କ ପତ୍ନୀଙ୍କ ଅଭିଯୋଗାନୁସାରେ, ଗତକାଲି ଗ୍ରାମର ୨ଜଣ ଲୋକ ତାଙ୍କ ସ୍ୱାମୀଙ୍କୁ ବାର୍‌ହା ଶିକାର ପାଇଁ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ଫାଶ ବସାଇ ଘରକୁ ଫେରିଥିଲେ। ଆଜି ଭୋର୍‌ ୩ଟା ସମୟ। ବାର୍‌ହା ଶିକାର ହୋଇଥିବା ଭାବି ସେ ଜଙ୍ଗଲକୁ ଯାଇଥିବାବେଳେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ, ତାଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଏହି ଘଟଣା ପ‌ରେ ତାଙ୍କ ସହ ଜଙ୍ଗଲକୁ ଯାଇଥିବା ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ନିକଟରେସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷ‌ରେ, ବନପାଳ, ବିଦ୍ୟୁତ ବିଭାଗର ଏସ୍‌ଡିଓ ଏନ୍‌ ସଂଜୀବ ରାଓ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌କୁ ସୂଚନା ଦେଇଥିଲେ। ବୀରମହାରାଜପୁର ପୁଲିସ ଏସ୍‌ଆଇ ବିଜୟ ବାରିକ, ସୁଦର୍ଶନ ଦେହୁରୀ ସେଠାକୁ ଯାଇ ଶବ ଜବତ କରିଥିଲେ। ତେବେ, ପୁଲିସ୍‌ ଟିମ୍‌ ଫେରୁଥିବାବେଳେ କୋଟସମଲାଇ ସରପଞ୍ଚ ସତ୍ୟାନନ୍ଦ ମେଣ୍ଡଳୀ, ସମାଜସେବୀ ମଣ୍ଟୁ ମନ୍ତ୍ରା ବାଟରେ ସେମାନଙ୍କୁ ଅଟକାଇ ଥିଲେ। ବନ ବିଭାଗ, ବିଦ୍ୟୁତ ବିଭାଗ ଭୁଲ ପାଇଁ ଏଭଳି ମୃତ୍ୟୁ ବଢ଼ିଚାଲିଛି ବୋଲି ହୋ’ହଲ୍ଲା କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲ। ମାସକ ମଧ୍ୟରେ ପ୍ଲାଷ୍ଟିକ୍‌ କଭର୍‌ଯୁକ୍ତ ତାର ଟଣାହେବ ବୋଲି ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଶ୍ରୀ ରାଓ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ଏଥିସହିତ, ପୁଲିସ୍‌ ଏସ୍‌ଆଇ ଶ୍ରୀ ବାରିକ ସରପଞ୍ଚଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ସୋନପୁରକୁ ନେଇଥିଲେ।

ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ସଂସ୍ପର୍ଶରେ ଆସି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବୀରମହାରାଜପୁର ଥାନାରେ ଯାଲୋଏ ବନପାଳ ପ୍ରସନ୍ନ ନାୟକ ଅଭିଯୋଗ କରିଛନ୍ତି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe