ବିଦ୍ୟୁତ୍‌ ଫାଶରେ ଶିକାର: କଲରାପତରିଆର ମୁଣ୍ଡ କାଟିନେଲେ

Advertisment

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାୟ ୩ ଦିନରୁ ଅଧିକ ହେବ ସାପୁଆ ସଂରକ୍ଷିତ ଜଙ୍ଗଲର ବୁଢୀଝରି ନିକଟରେ ଉକ୍ତ ବାଘକୁ ଶିକାର...

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାୟ ୩ ଦିନରୁ ଅଧିକ ହେବ ସାପୁଆ ସଂରକ୍ଷିତ ଜଙ୍ଗଲର ବୁଢୀଝରି ନିକଟରେ ଉକ୍ତ ବାଘକୁ ଶିକାର...

fshfsfhshfssfh

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାୟ ୩ ଦିନରୁ ଅଧିକ ହେବ ସାପୁଆ ସଂରକ୍ଷିତ ଜଙ୍ଗଲର ବୁଢୀଝରି ନିକଟରେ ଉକ୍ତ ବାଘକୁ ଶିକାର କରାଯାଇଥିବା ବେଳେ ଆଜି ସକାଳୁ ବନବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହି ଘଟଣାକୁ ନେଇ ବନବିଭାଗ ତନାଘନା ଆରମ୍ଭ କରିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ବାଘର ପଞ୍ଚନାମା କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ବୁଢୀଝରିଠାରୁ ପ୍ରାୟ ୧ କିମି ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ବାଘର ମୃତଦେହ ଦେଖି ଗତକାଲି ବନବିଭାଗକୁ ଖବର ଦିଆଯାଇଥିଲା। ଆଜି ସକାଳେ ନୟାଗଡ଼ ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ସମେତ ରେଞ୍ଜର୍‌ ଉଦିତ ପ୍ରଧାନ, ଫରେଷ୍ଟର କୈଳାସ ପ୍ରଧାନଙ୍କ ସହ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ବାଘର ମୃତଦେହ ଠାବ କରିଥିଲେ। 
ଖାଲି ସେତିକି ନୁହେଁ, ବାଘ ମୃତଦେହଠାରୁ ଅନତିଦୂରରେ ଏକ ବାର୍‌ହାର ଗଳିତ ଶବ ମଧ୍ୟ ଠାବ କରାଯାଇଥିଲା। ବିଦ୍ୟୁତ୍‌ ତାର ବିଛାଯାଇ ବାଘ ଶିକାର କରାଯାଇଥିବା ବନବିଭାଗ କହିଥିବା ବେଳେ ଘଟଣାରେ ସଂପୃକ୍ତି ସନ୍ଦେହରେ ବୁଢିଝରୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ସୂଚନା ଦେଇଛି। ମାତ୍ର ବାର୍‌ହାକୁ ଫାଶରେ ପକାଇ କଲରାପତରିଆ ଶିକାର କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୃତଦେହ ଦେଖିବା ପରେ ଶିକାରୀ ଗୁଳିରେ ବାଘ ମରିଥିବା ନେଇ ସନ୍ଦେହ ଉପୁଜିଛି। କାରଣ ମୃତ କଲରାପତରିଆର ମୁଣ୍ଡ ନଥିବା ବେଳେ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।

ସାପୁଆ ଜଙ୍ଗଲରେ ପଡ଼ିଛି ମୃତଦେହ
୩ ଦିନ ପରେ ସୂଚନା ପାଇଲା ବନବିଭାଗ

ଖଣ୍ଡପଡ଼ା ବନାଞ୍ଚଳର ପ୍ରାୟ ୧୫ କିମି ଦୂରରେ ଏଭଳି ଘଟଣା ଘଟିଥିବା ବେଳେ ବନବିଭାଗ ସୁରାକ ନ ପାଇବା ସମସ୍ତଙ୍କୁ ବିସ୍ମିତ କରିଛି। ଜଙ୍ଗଲ ସୁରକ୍ଷା ନେଇ ଡିଣ୍ଡିମ ପିଟୁଥିବା ବନବିଭାଗ ଅଧିକାରୀଙ୍କ ଅପାରଗତା ଯୋଗୁଁ ବନ୍ୟପ୍ରାଣୀ ମୃତ୍ୟୁମୁଖରେ ପଡୁଥିବା ସିଙ୍ଘାପଡ଼ା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ରେଞ୍ଜର ଉଦିତ ପ୍ରଧାନଙ୍କୁ ପଚରାଯିବାରୁ ଡିଏଫ୍‌ଓ ଏ ବିଷୟରେ ସୂଚନା ଦେବେ ବୋଲି କହି ଘଟଣାକୁ ଏଡ଼ାଇ ଯାଇଥିଲେ। ଅନ୍ୟପକ୍ଷରେ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ଗତମାସରେ ବାଉଁଶ ଜଙ୍ଗଲ ଲୁଟ୍‌ ନେଇ ହରଡ଼ଘଣାରେ ପଡ଼ିଥିବା ଖଣ୍ଡପଡ଼ା ବନବିଭାଗ ଏବେ କଲରାପତରିଆ ଶିକାରକୁ ନେଇ ଅକଳରେ ପଡ଼ିଛି। ଖବର ଲେଖାଯିବା ବେଳକୁ ଘଟଣାସ୍ଥଳରେ ବନବିଭାଗ, ବିଦ୍ୟୁତ୍‌, ରାଜସ୍ୱ ବିଭାଗ ସହ ପ୍ରାଣୀ ଚିକିତ୍ସକ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe