ବାରିପଦା: କିଛି ଦିନର ପ୍ରେମରୁ ସୃଷ୍ଟି ହୋଇଥିଲା ଆକର୍ଷଣ। କିଛି ନବୁଝି ଯୁବକଙ୍କୁ ଏକ ମନ୍ଦିରରେ ବିବାହ କରିଥିଲେ ନାବାଳିକା। ମାତ୍ର ବିବାହର ୪ ଦିନ ନଯାଉଣୁ ନାବାଳିକା ପତ୍ନୀଙ୍କୁ ଛାଡ଼ି ଫେରାର୍ ହୋଇଯାଇଛନ୍ତି ଯୁବକ। ଏନେଇ ଅସହାୟ ନାବାଳିକା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ଯୁବକ ରାଜେଶ ବଇଠାକୁ ବାରିପଦା ଟାଉନ୍ ଥାନା ପୁଲିସ୍ ଖୋଜୁଛି।
ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ଘର ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ବୁଗୁଡ଼ାକଟା ଅଞ୍ଚଳର ବୋଲି ଜଣାପଡ଼ିଛି। ବାରିପଦା ଟାଉନ୍ ଥାନା ଅଞ୍ଚଳର ପିଡ଼ୀତା ନାବାଳିକାଙ୍କ ଜଣଙ୍କ ଯୁବକଙ୍କୁ ସ୍ଥାନୀୟ ଦାମୋଦରପୁର ମହାଦେବ ମନ୍ଦିରରେ ବିବାହ କରିଥିଲେ। ତେବେ ଚତୁର୍ଥୀ ପରେ ପରେ ହିଁ ନାବାଳିକା ପତ୍ନୀଙ୍କୁ ଛାଡ଼ି ସ୍ବାମୀ ଫେରାର୍ ହୋଇଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଅଭିଯୁକ୍ତ ସ୍ବାମୀକୁ ପୁଲିସ୍ ଧରିବାକୁ ଉଦ୍ୟମ ଜାରି ରଖିଛି। ଏନେଇ ଟାଉନ୍ ଥାନାରେ କେସ୍ ନଂ-୯୨୫ ୩୭୬(୨)(ଏନ୍) ଆଇପିସି ପୋକ୍ସୋ ଆକ୍ଟ୍ରେ ଏକ ମାମଲା ରୁଜୁ ହୋଇଛି।
Follow Us