ବନ୍ଦଘର ଭିତରେ ୩ ଜଣଙ୍କର ମୃତଦେହ; ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

Advertisment
ବନ୍ଦଘର ଭିତରେ ୩ ଜଣଙ୍କର ମୃତଦେହ; ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ

ଭେଡେନ୍‌/ବରଗଡ଼: ବନ୍ଦଘର ଭିତରୁ ମଙ୍ଗଳବାର ସ୍ବାମୀ ଓ ତାଙ୍କର ଦୁଇ ସ୍ତ୍ରୀଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଠାବ ହୋଇଛି। ବରଗଡ଼ ଜିଲ୍ଲା ଭେଡେନ୍‌ ଥାନା ଅଧୀନ ଆଖିପୁଟା ଗାଁରେ ଘଟିଥିବା ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକମାନେ ହେଲେ ଟଙ୍କଧର ସାହୁ ଓ ତାଙ୍କର ୨ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀ।

ସୂଚନା ଅନୁସାରେ ଭେଡେନ୍‌ ଥାନା ଅନ୍ତର୍ଗତ ଆଖିପୁଟା ଗାଁର ଟଙ୍କଧର ସାହୁଙ୍କ ଘର ବହୁ ସମୟ ବନ୍ଦ ଥିବା ନେଇ ପଡୋଶୀ ଲୋକଙ୍କର ସନ୍ଦେହ ହୋଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଟଙ୍କଧର ଓ ତାଙ୍କର ୨ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀଙ୍କ ମୃତଦେହ ଉଦ୍ଧାର କରିଛି। ତିନି ଜଣଙ୍କର ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ପାରିପାଶ୍ବିକ ସ୍ଥିତିରୁ ଯାହା ଜଣାପଡ଼ୁଛି, ଏହା ହତ୍ୟାକାଣ୍ଡ। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe