ୟୁପି ଇଟାଭାଟିରେ ସ୍ବାମୀ ଓ ନାବାଳିକା ଝିଅ ବନ୍ଧକ, ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ତ୍ରୀ

ଆ‌ସ୍‌ ଅଭାବରୁ ବନ୍ଦ ହେଇଯିବ ଇଟା କମ୍ପାନି, ହାତ ବାନ୍ଧି ବସିଛନ୍ତି ଶହ ଶହ ଶ୍ରମିକ

bricks factory seal

ନୂଆପଡ଼ା : ଉତ୍ତରପ୍ରଦେଶର ଏକ ଇଟାଭାଟିରେ ନୂଆପଡ଼ା ଏନଏସି ସିଟିସ୍କୁଲ ପଡ଼ାର ଶ୍ରମିକ ଲକ୍ଷ୍ମୀଧର ହାତୀ ତାଙ୍କ ନାବାଳିକା ଝିଅ ସହ ବନ୍ଧା ପଡ଼ିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ତାଙ୍କ ସ୍ତ୍ରୀ ବିମଳା ହାତୀ ସୋମବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ବିମଳାଙ୍କ ଅଭିଯୋଗ ଅନୁସାରେ, ଖରିଆର ରୋଡ଼ର ଦାଦନ ସର୍ଦ୍ଦାର ସନ୍ତୋଷ ଦେବାଙ୍ଗନ ଦୁଇ ମାସ ତଳେ ତାଙ୍କ ସ୍ବାମୀ ଲକ୍ଷ୍ମୀଧର ଓ ବାନାଳିକା ଝିଅଙ୍କୁ ଉତ୍ତରପ୍ରଦେଶ ଫରିଦାବାଦର ଏକ ଇଟାଭାଟିକୁ ନେଇଥିଲେ। ହେଲେ ଆଜି ଯାଏ ସେମାନଙ୍କ କୌଣସି ଖୋଜ ଖବର ନାହିଁ। ତାଙ୍କ ସ୍ବାମୀ କିଂବା ସର୍ଦ୍ଦାର ଆଜି ଯାଏ ଟଙ୍କାଟିଏ ବି ପଠାଇ ନାହାନ୍ତି। ବର୍ତ୍ତମାନ ଘରେ ତାଙ୍କ ସହିତ ଛୋଟ ଛୋଟ ପାଞ୍ଚ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେମାନଙ୍କ ଭରଣ ପୋଷଣ କରିବା ତାଙ୍କ ପାଇଁ କଷ୍ଟକର ହେଉଛି। ତେଣୁ ତୁରନ୍ତ ତାଙ୍କ ସ୍ବାମୀ ଓ ଝିଅଙ୍କୁ ଉଦ୍ଧାର କରିବାକୁ ସେ ଜିଲ୍ଲାପାଳଙ୍କ ଅଭିଯୋଗ ବାକ୍ସରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe