ବଧୂ ହତ୍ୟା: ସ୍ବାମୀ-ଶାଶୂଙ୍କୁ ୧୦ ବର୍ଷ ଜେଲ୍, ୪ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ ବାକିଲିକଣା ଗ୍ରାମରେ ୨୦୧୫ ମସିହା ଜୁନ୍ ୭ ତାରିଖରେ ଯୌତୁକ ପାଇଁ ସୁଜାତା ସ୍ବାଇଁ ଶ୍ବଶୁର ଘର ଲୋକେ ହତ୍ୟା କରିଥିଲେ। ଆଜି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ବିଚାରପତି ରାଜଲଷ୍ମୀ ପଟ୍ଟନାୟକ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ମୃତକଙ୍କ ସ୍ୱାମୀ ଟୁକୁନା ଓରଫ ପ୍ରଭାକର ଜେନା ଓ ଶାଶୂ ଉଲି ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୪ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୃତକ ସୁଜାତାଙ୍କ ଝିଅ ସମେତ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।
ବାବୁ ସ୍ୱାଇଁଙ୍କ ଝିଅ ସୁଜାତା ୨୦୧୧ ମସିହାରେ ବାକିଲିକଣା ଗ୍ରାମର ହରି ଜେନାଙ୍କ ପୁଅ ଟୁକୁନାଙ୍କୁ ବିବାହ କରିଥିଲେ। ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା। ହେଲେ ଅଧିକ ‌ଯୌତୁକ ଦାବି କରି ସୁଜାତାଙ୍କ ଉପରେ ଶ୍ବଶୁର ଘର ଲୋକେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ୨୦୧୫ ମସିହା ଜୁନ୍ ୭ ତାରିଖରେ ସ୍ବାମୀ ଟୁକୁନା, ଶାଶୂ ଉଲି ଓ ଶ୍ବଶୁର ହରି ମିଶି ସୁଜାତୁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ନିଆଁ ଲଗାଇ ହତ୍ୟା କରିଥିଲେ। ମୃତକଙ୍କ ବାପା ବାବୁ ଶେରଗଡ଼ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୩୮ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ପରେ ଏସଟି ୦୭/୧୬ ପ୍ରକାରେ ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ବିଚାରଣା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଶ୍ୱଶୁର ହରିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଟୁକୁନା ଓ ଶାଶୂ ଉଲିଙ୍କୁ ଜେଲ୍ ଦଣ୍ଡାଦେଶ ଦିଆଯାଇଛି।  ସରକାରଙ୍କ ତରଫରୁ ଅତିରିକ୍ତ ପିପି ସୁଧାଂଶୁ କୁମାର ପଣ୍ଡା ଓ ସହକାରୀ ପିପି ଜି.ସୂର୍ଯ୍ୟପ୍ରକାଶ ରାଓ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe