ପତ୍ନୀ ଆତ୍ମହତ୍ୟାର ୧୨ ଘଣ୍ଟା ପରେ ଜୀବନ ହାରିଲେ ପତି

ପତ୍ନୀ ଆତ୍ମହତ୍ୟାର ୧୨ ଘଣ୍ଟା ପରେ ଜୀବନ ହାରିଲେ ପତି

ରାଉରକେଲା : ଅନ୍ତଃସତ୍ତ୍ୱା ପତ୍ନୀଙ୍କ ଆତ୍ମହତ୍ୟାର ୧୨ ଘଣ୍ଟା ନଯାଉଣୁ ସ୍ୱାମୀ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଗୁରୁଣ୍ଡିଆ ଥାନା କୁଞ୍ଜର ଗାଁରେ ଘଟିଛି। ଗୁରୁଣ୍ଡିଆ ଥାନା କଣ୍ଟାମୁଣ୍ଡା ସ୍ଥିତ କେନଟୋଲା ବସ୍ତିର ସଙ୍ଗୀତା ସୋରେନଙ୍କୁ କୁଞ୍ଜର ଗ୍ରାମର ସମୀର ସୋରେନ ୪ ମାସ ତଳେ ପ୍ରେମ ବିବାହ କରିଥିଲେ। ସମୀରଙ୍କ ପରିବାର ଲୋକେ ଏହି ବିବାହରେ ଅସନ୍ତୁଷ୍ଟ ଥିଲେ। ଗତ ୨୯ ତାରିଖ ଦିନ ସଙ୍ଗୀତା ନିଜ ବାପଘରକୁ ଯାଉଛି କହି ଯାଇଥିଲେ। ହେଲେ ସେ ଘରେ ପହଞ୍ଚି ନଥିବା ବେଳେ ଗତକାଲି ସଙ୍ଗୀତାଙ୍କ ମୃତ ଦେହ କୁଞ୍ଜର ଗାଁର ଏକ ଗଛ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା। ସଂଗୀତାଙ୍କ ଭାଇ ଜୋହାନ କୁଜୁର ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ଗୁରୁଣ୍ଡିଆ ଥାନାରେ ଅଭିଯୋଗ କରିିଥିଲେ।

ଗତକାଲି ସମୀର ଓ ତାଙ୍କ ବାପା ଗୁରୁଣ୍ଡିଆ ଥାନାକୁ ଆସି ପୁଲିସ ଠାରେ ବୟାନ ଦେଇ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ରାତି ହୋଇ ଯିବାରୁ ଲଛଡା ଗ୍ରାମରେ ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲେ। ଆଜି ସକାଳେ ସମୀର ପତ୍ନୀର ଶବ ଆଣିବାକୁ ବାପା ସହ ବଣାଇଁ ଯାଉଥିବା ବେଳେ ବାଟରେ ଏକ ନାଳ ନିକଟରେ ଶୌଚ ପାଇଁ ଅଟକି ଥିଲେ। ଅଧ ଘଣ୍ଟା ପରେ ବି ସମୀର ନ ଆସିବାରୁ ବାପା ଲେଉଟି ଦେଖିଲେ ଯେ ନାଳ ନିକଟ ଏକ ଗଛରେ ସମୀରର ମୃତ ଦେହ ଝୁଲୁଛି। ଖବର ପାଇ ଗୁରୁଣ୍ଡିଆ ପୁଲିସ ସମୀରଙ୍କ ମୃତଦେହକୁ ଉଦ୍ଧାର କରି ବଣାଇଁ ଡାକ୍ତରଖାନା ପଠାଇଥିଲେ। ସେଠାରେ ସ୍ୱାମୀ-ସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe