ମୃତ୍ୟୁ ଆସେ ଏମିତି ! ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

Advertisment

କରୋନାରେ ଆକ୍ରାନ୍ତ ହୋଇଥିଲେ ପତ୍ନୀ, ମଧୁମେହରେ ପୀଡିତ ଥିଲେ ସ୍ୱାମୀ

କରୋନାରେ ଆକ୍ରାନ୍ତ ହୋଇଥିଲେ ପତ୍ନୀ, ମଧୁମେହରେ ପୀଡିତ ଥିଲେ ସ୍ୱାମୀ

ମୃତ୍ୟୁ ଆସେ ଏମିତି ! ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

ଭୁବନେଶ୍ବର/ ବାଲେଶ୍ବର: ମୃତ୍ୟୁ ବି ଆସେ ଏମିତି ! ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ୱାମୀ ସ୍ତ୍ରୀ। ପ୍ରଥମେ କରୋନାରେ ସଂକ୍ରମିତ ଥାଇ ଚିକିତ୍ସାଧୀନ ଥିବାବେଳେ ପତ୍ନୀଙ୍କ ଗଲା ଜୀବନ। ପତ୍ନୀ ବିୟୋଗର ଖବର ପାଇବାର କିଛି ଘଣ୍ଟା ପରେ ମଧୁମେହରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥା‌ରେ ଥିବା ସ୍ୱାମୀ ବି ଚାଲିଗଲେ ଆରପାରିକୁ। ତାଙ୍କ ପଛେ ପଛେ। କଟକର ଏକ ଘରୋଇ ନର୍ସିଂହୋମରେ ପ୍ରଥମେ ପତ୍ନୀଙ୍କ ଦେହାନ୍ତ ଘଟିଲା। ଏହାର କିଛି ଘଣ୍ଟା ପରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ସ୍ୱାମୀଙ୍କ ପରଲୋକ ହେଲା। କରୋନା କାଳରେ ଏପରି ଏକ ଘଟଣାକୁ ନେଇ ଏବେ ସୋର ଅଂଚଳରେ ଚର୍ଚା। ବାଲେଶ୍ୱର ସୋର ଅଂଚଳର ବିଶିଷ୍ଟ ସାହିତ୍ୟିକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ପରିବାରରେ ଘଟିଛି ଏପରି ଘଟଣା।

ଲୋକେ କହୁଛନ୍ତି ସ୍ୱାମୀ ସ୍ତ୍ରୀ ଆଗ ପଛ ଡକାଡକି ହୋଇ ଚାଲିଗଲେ ଆରପାରିକୁ। ଗତକାଲି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କର ପତ୍ନୀଙ୍କର କରୋନା ସଂକ୍ରମିତ ଅବସ୍ଥାରେ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ଚାଲିଥିଲା। ତେବେ, ଗତକାଲି ରାତି ୧୧ଟା ସମୟରେ ପତ୍ନୀ ଅରୁନ୍ଧତୀ ପାଢୀଙ୍କର ପରଲୋକ ଘଟିଥିଲା।

ଏହି ଖବର ମିଳିବାର ମାତ୍ର ୫ ଘଣ୍ଟା ପରେ ଏମ୍ସରେ ଚିକିତ୍ସିତ ହେଉଥିବା ସ୍ବାମୀ ପୂର୍ଣ୍ଣଚନ୍ଦ୍ର ପାଢୀ ମଧ୍ୟ ଆଖି ବୁଜିଦେଲେ। କରୋନା କଟକଣା କାରଣରୁ କଟକରେ ଅରୁନ୍ଧତୀଙ୍କର ଏବଂ ଭୁବନେଶ୍ୱରରେ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କର ଅନ୍ତିମ ସଂସ୍କାର ହୋଇଛି। ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାଢୀ ଜଣେ ସୁ ସାହିତ୍ୟିକ, ଅବସରପ୍ରାପ୍ତ  ଅଧ୍ୟକ୍ଷ ତଥା ଅଂଚଳର ଜଣେ ପରିଚିତ ବ୍ୟକ୍ତିତ୍ୱ ଥିଲେ। ଏପରି ଏକ ଦୁଃଖଦ ଖବର ଏବେ ସୋର ଅଂଚଳରେ ଖେଳାଇ ଦେଇଛି ଶୋକର ଛାୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe