ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଘଟଣା: ସ୍ବାମୀ ଗିରଫ

Advertisment

ପରକୀୟା ପ୍ରୀତି ସନ୍ଦେହରେ କରିଥିଲା ହତ୍ୟା

ପରକୀୟା ପ୍ରୀତି ସନ୍ଦେହରେ କରିଥିଲା ହତ୍ୟା

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଘଟଣା: ସ୍ବାମୀ ଗିରଫ

ସମ୍ବଲପୁର : କ୍ଷେତରାଜପୁର ଥାନା ବେହେରାମୁଣ୍ଡା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରଥିଲା ସ୍ବାମୀ। ଏହି ମାମଲାରେ ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିବା ପରେ ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା  ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ୮ ବର୍ଷ ତଳେ କ୍ଷେତରାଜପୁର ବେହେରାମୁଣ୍ଡାର ଜୟମତି ରଣା ଓ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହିର ପିଣ୍ଟୁ ମୁଣ୍ଡା(୨୫) ପ୍ରେମ ବିବାହ କରିଥିଲେ। ଜୟମତୀଙ୍କର ୨ଟି ଝିଅ ମଧ୍ୟ ହୋଇଥିଲେ। ବଡ଼ ଝିଅକୁ ୬ ବର୍ଷ, ସାନକୁ ୪ ବର୍ଷ। ସ୍ବାମୀ-ସ୍ତ୍ରୀ ପରିବାର ସହ ବେଶ୍‌ ଖୁସିରେ ଥିଲେ। ସାନ ଝିଅ ଜନ୍ମ ହେବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ସେ ଜନ୍ମହେବା ପରେ ଜୟମତିଙ୍କ ଚରିତ୍ରକୁ ନେଇ ସନ୍ଦେହ କରିବା ଆରମ୍ଭ କରିଥିଲା ପିଣ୍ଟୁ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହୋଇଥିଲା।

ଭୁଲ ବୁଝାମଣା ପାଇଁ ଜୟମତି ତାଙ୍କ ମା’ ଘରକୁ ବହୁତ ସମୟ ଚାଲି ଆସୁଥିଲେ ଏବଂ ବେହେରାମୁଣ୍ଡାରେ ରହୁଥିଲେ। ପଡ଼ାବାସୀ ଓ ସମ୍ପର୍କୀୟଙ୍କ ହସ୍ତକ୍ଷେପ ପରେ ସେ ପିଣ୍ଟୁଙ୍କ ପାଖକୁ ଫେରିଥିଲେ। କିନ୍ତୁ ୨୦ ଦିନ ତଳେ ସାନ ଝିଅକୁ ଧରି ସେ ପୁଣି ଥରେ ବେହେରାମୁଣ୍ଡାକୁ ଚାଲି ଆସିଥିଲେ। ସେହିଦିନ ହିଁ ପିଣ୍ଟୁ ବେହେରାମୁଣ୍ଡା ଆସି ତାଙ୍କ ଝିଅକୁ ନେବା ସହ ଜୟମତିଙ୍କୁ ମଧ୍ୟ ଯିବାକୁ କହିଥିଲା। ଜୟମତି କିନ୍ତୁ ସେଠାକୁ ଯିବାକୁ ମନା କରିଦେଇଥିଲେ। ଗତ ୫ ତାରିଖ ଦିନ ପିଣ୍ଟୁ ପୁଣିଥରେ ବେହେରାମୁଣ୍ଡା ଆସି ଆଖପାଖ ଅଞ୍ଚଳରେ ବୁଲାବୁଲି କରିଥିଲା।

ସେହିଦିନ ବିଳମ୍ବିତ ରାତିରେ ଜୟମତି ଶୋଇଥିବା ବେଳେ ତାଙ୍କ ମୁଣ୍ଡରେ ସିମେଣ୍ଟ ପଥର ଛେଚି ଫେରାର୍‌ ହୋଇଯାଇଥିଲା। ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ସହୟତାରେ ଜୟମତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଜୟମତିଙ୍କ ଭାଇ ଉମାକାନ୍ତ ରଣା କ୍ଷେତରାଜପୁର ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡର ୨ ଦିନ ମଧ୍ୟରେ ପୁଲିସ ଅଭିଯୁକ୍ତ ପିଣ୍ଟୁକୁ ସୁନ୍ଦରଗଡ଼ ଧାରୁଆଡ଼ିହିରୁ ରବିବାର ରାତି ୧୦ ଟା ସମୟରେ ଗିରଫ କରିଥିଲା। ସୋମବାର ଅଭିଯୁକ୍ତ ପିଣ୍ଟୁକୁ ପୁଲିସ କୋର୍ଟଚାଲାଣ କରିଛି। ଅନ୍ୟପଟେ ପୁଲିସ ହତ୍ୟାରେ ବ୍ୟବହାର ହୋଇଥିବା ସିମେଣ୍ଟ ପଥର, ରକ୍ତଭିଜା ଲୁଗା ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe