ସ୍ତ୍ରୀକୁ ମାଡ଼ମାରି ସ୍ବାମୀ ଗିରଫ

Advertisment
ଦୋକାନରୁ ୧୦ ହଜାର ଚୋରି, କର୍ମଚାରୀ ଗିରଫ

ଜମନକିରା : ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ସ୍ଵାମୀ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଯୋଗ୍ୟ, ଦେବଗଡ ଜିଲ୍ଲା ଲଇମୁରା ଥାନା ଚିଲାଣ୍ଟିଖୋଲ ଗ୍ରାମର କୁମରମଣି ପଟ୍ଟା (୩୦) ମମି ପଟ୍ଟାକୁ ୬ ମାସ ତଳେ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ତ୍ରୀକୁ ପ୍ରତିଦିନ ମାଡ଼ପିଟ ଓ ଝଗଡ଼ା କରୁଥିଲେ। ତେଣୁ କୁମରମଣି ନିଜ ଗାଁକୁ ଫେରି ଯାଇ ରହୁଥିଲେ। ବୁଧବାର ଦିନ କସଡ଼ା ଗାଁକୁ କୁମରମଣି ପହଞ୍ଚି ସ୍ତ୍ରୀ ମମିଙ୍କୁ ମାଡ଼ପିଟ କରିଥିଲେ। ମମି ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରିଥିଲା। ସ୍ବାମୀ କୁମରମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe