ବିବାହର ୧୨ ବର୍ଷ ପରେ ଯୌତୁକ ନିର୍ଯାତନା, ସ୍ୱାମୀ ଗିରଫ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ବାରିପଦା : ବିବାହର ୧୨ ବର୍ଷ ପରେ ମଧ୍ୟ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି ସ୍ବାମୀ। ଯୌତୁକ ଦାବି କରି ପତ୍ନୀଙ୍କୁ ବିଭିନ୍ନ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ବାରିପଦା ଟାଉନ୍ ଥାନା ପୁଲିସ୍ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦାରବାଡ଼ିଆ(ମହାନ୍ତିସାହି) ଅଞ୍ଚଳର ଦେବାଶିଷ ଦାସଙ୍କୁ ଗିରଫ କରିଛି।

publive-image

ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୧୨ ଅଞ୍ଚଳର ନମିତା ଦାସ ୧୨ ଡିସେମ୍ବର ୨୦୦୮ରେ ଦେବାଶିଷଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ମାତ୍ର ପରେ ଆହୁରି ଅଧିକ ଯୌତୁକ ଦାବି କରି ଦେବାଶିଷ ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇଆସୁଥିବା ନମିତା ଥାନାରେ ଅଭିଯୋଗ କରିଛନ୍ତି। ବିବାହ ପରେ ତାଙ୍କର ଏକ ପୁଅ ମଧ୍ୟ ଅଛି। ଦେବାଶିଷଙ୍କ ନିର୍ଯାତନା କାରଣରୁ ନମିତା ତାଙ୍କ ପୁଅଙ୍କ ସହିତ ଆସି ବାରିପଦାରେ ଏକ ଭଡ଼ାଘରେ ରହୁଥିଲେ। ମାତ୍ର କିଛିଦିନ ତଳେ ଦେବାଶିଷ ଉକ୍ତ ଭଡ଼ାଘରକୁ ଆସି ତାଙ୍କୁ ଓ ପୁଅକୁ ଗାଳିଗୁଲଜ କରିବା ସହିତ ମାରଧର କରିଥିବା ଅଭିଯୋଗ ହୋଇଛି। ଏପରିକି ଦେବାଶିଷ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ନମିତା ଅଭିଯୋଗ କରିଛନ୍ତି। ଦେବାଶିଷଙ୍କର ପରକ୍ରିୟାପ୍ରୀତି ରହିଥିବା ଅଭିଯୋଗ କରି ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ନମିତାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ୍ ଥାନା ପୁଲିସ୍ ଗତକାଲି ଦେବାଶିଷଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe