India Today
ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାଳିଗୁଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ପିଟିପିଟି ହତ୍ୟା କରିଛି। ପୁଅର ଏତଲାକୁ ଭିତ୍ତିକରି ପୁଲିସ୍ ହତ୍ୟାକାରୀକୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି।
ମୃତ ମହିଳା ହେଲେ ପାର ପାଇକ(୪୦)। ଗତକାଲି ରାତିରେ ପାର ଓ ତାଙ୍କ ସ୍ବାମୀ ଜୟସିଂ ପାଇକ(୪୫)ଙ୍କ ମଧ୍ୟରେ ବଚସା ହୋଇଥିଲା। ଜୟସିଂ ଉତ୍ତ୍ୟକ୍ତ ହୋଇ ପାରଙ୍କୁ ଏକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ବହୁତ କଷ୍ଟରେ ପୁଅ ସିନ୍ଧୁ ମାଆଙ୍କୁ ବାପା କବଳରୁ ଉଦ୍ଧାର କରି ନିକଟ ସମ୍ପର୍କୀୟଙ୍କ ଘରେ ରଖିଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏ ନେଇ ମୃତକଙ୍କ ପୁଅ ସିନ୍ଧୁ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଡାବୁଗାଁ ପୁଲିସ୍ ମାଳିଗୁଡ଼ାରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ଜୟସିଂ ପାଇକକୁ ଗିରଫ କରିଥିଲେ।
Follow Us