ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଅଟକ

Advertisment
ନାବାଳିକାକୁ ଅପହରଣ ଅଭିଯୋଗ, ଦୁଇ ଅଟକ

DNA India

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ କୁଡାନାଳୀ ଗ୍ରାମରେ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ନାକଟିଦେଉଳ ଥାନା ପୁଲିସ ସ୍ବାମୀକୁ ଅଟକ ରଖିଛି। ଗୁରୁବାର ସମ୍ବଲପୁରରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିକ୍ଫି‌କ୍‌ ଟିମ୍ ଘଟଣାସ୍ଥଳରେ ଅନୁଧ୍ୟାନ କରି ଫେରିଛନ୍ତି।

ଅଭିଯୋଗ ଅନୁସାରେ କୁଡାନାଳୀ ଗ୍ରାମର ରୋହିତ ସାହୁ କିସିଣ୍ତା ଥାନା ଅଧୀନ ବଳମ ଗ୍ରାମର ସ୍ବର୍ଗତ କନ୍ଦର୍ପ ସାହୁଙ୍କ ଝିଅ ଡିଲେଶ୍ବରୀଙ୍କୁ ବିବାହ କରିଥିଲେ। ୧୭ ତାରିଖ ଦିନ ରୋହିତ ଡିଲେଶ୍ବରୀଙ୍କ ଭାଇ ସୁଶାନ୍ତଙ୍କୁ ଫୋନ୍ କରି କହିଲେ ଯେ ତୁମ ଭଉଣୀ ଘରୁ କେଉଁ ଆଡ଼େ ଚାଲି ଯାଇଛି। ତାପରେ ସୁଶାନ୍ତ ଫୋନ୍ କରିବାରୁ ସେମାନଙ୍କ ଭିତରେ ଝଗଡ଼ା ହୋଇଥିବା କହିଥିଲେ। ପୁଣି ଅପରାହ୍‌ଣ ସାଢେ ୩ଟା ବେଳେ ରୋହିତ ଫୋନ୍ କରି ତାଙ୍କୁ କୁଡାନାଳୀ ଗାଁକୁ ଆସି ଖୋଜା ଖୋଜି କରିବାକୁ କହିଥିଲେ। ସୁଶାନ୍ତ ଗାଡ଼ି ଭଡା କରି ଯାଉଥିବା ବେଳେ ରୋହିତ ଫୋନ୍ କରି ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବା କହିଥିଲେ। ସୁଶାନ୍ତ ଡିଲେଶ୍ବରୀଙ୍କ ଶାଶୂ ଘରେ ପହଞ୍ଚିବା ପୂର୍ବରୁ ଭଉଣୀଙ୍କ ଶବ ସତ୍କାର କରାଯାଇଥିବା ଜାଣିବାକୁ ପାଇଥିଲେ। ଭଉଣୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସୁଶାନ୍ତ ଗୁରୁବାର ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ସ୍ବାମୀ ରୋହିତ ଏବଂ ଭଣଜା ଡିକନ୍ ମାଝୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe