ସ୍ତ୍ରୀର ଉଲଗ୍ନ ଫଟୋ ଭାଇରାଲ କରି ସ୍ବାମୀ ଗିରଫ

Advertisment
ସ୍ତ୍ରୀର ଉଲଗ୍ନ ଫଟୋ ଭାଇରାଲ କରି ସ୍ବାମୀ ଗିରଫ

ବେଲପଡ଼ା: ଏମିତି ବି ସ୍ବାମୀ ଥାଆନ୍ତି, ଯାହା ବିଶ୍ବାସ କରିହେବ ନାହିଁ। କିନ୍ତୁ ଘଟଣା ସତ ବୋଲି ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ମଧ୍ୟପୁର ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରି ଗିରଫ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗାଁର ରାଷ୍ଟ୍ର କୁମ୍ଭାର ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। କିଛି ଦିନ ପୂର୍ବେ ରାଷ୍ଟ୍ର ତାଙ୍କ ସ୍ତ୍ରୀଙ୍କ ଏକ ଉଲଗ୍ନ ଫଟୋ ଉଠାଇଥିଲେ।

ପରେ ସେ ଫଟୋକୁ ଭାଇରାଲ କରିବାରେ ଲାଗିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ରାଷ୍ଟ୍ର କୁମ୍ଭାରକୁ ଗିରଫ କରି କୋର୍ଟଚାଲାଣ କରିଥିବା ଆଇଆଇସି ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଅନ୍ୟପଟରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe