ପତ୍ନୀହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

Advertisment
ପତ୍ନୀହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

IMGBIN.com

ଧର୍ମଶାଳା : ପତ୍ନୀହତ୍ୟା ଅଭିଯୋଗରେ ସୋମବାର ଧର୍ମଶାଳା ଥାନା ପୁଲିସ୍‌ ମିର୍ଜାପୁର ପଞ୍ଚାୟତ ସାଲେପୁର ଗ୍ରାମର ବାସୁଦେବ ମଲିକକୁ ଗିରଫ କରିଛି। ଅଭିଯୁକ୍ତ ସ୍ୱାମୀ ବାସୁଦେବକୁ ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ସାଲେପୁର(ମତ୍ସ୍ୟଜୀବୀ ସାହି)ଗ୍ରାମର ବଟକୃଷ୍ଣ ମଲିକଙ୍କ ପୁଅ ବାସୁଦେବ ୧୦ବର୍ଷ ତଳେ ମଙ୍ଗଳପୁର ଥାନା ଅନ୍ତର୍ଗତ ବିରୁଆଁ ଗ୍ରାମର ବିନୋଦ ମଲିକଙ୍କ ଝିଅ ସ୍ୱପ୍ନା(୨୯)ଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବିଭିନ୍ନ ସାମଗ୍ରୀ ଓ ଟଙ୍କା ଯୌତୁକ ଦିଆଯାଇଥିଲା। ଆଉ ୫୦ ହଜାର ଟଙ୍କା ଆଣିବା ପାଇଁ ଶାଶୂଘର ପକ୍ଷରୁ ସ୍ବପ୍ନାଙ୍କ ଉପରେ ଚାପ ପକା ଯାଉଥିଲା। ଏଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଗତ ୧୭ ତାରିଖରେ ବାସୁଦେବ ତାଙ୍କୁ ମାଡ଼ ମାରିବା ସହିତ ପରିବାର ଲୋକେ ବିଷ ପିଆଇ ମାରିଦେଇଥିବା ସ୍ବପ୍ନାଙ୍କ ବାପଘର ପକ୍ଷରୁ ଗତକାଲି ଥାନାରେ ଅଭିଯୋଗ କରାଯାଇଥିଲା। ୪୫୭/୨୧ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ପୁଲିସ ଅଭିଯୁକ୍ତ ସ୍ବାମୀ ବାସୁଦେବକୁ ଗିରଫ କରିଛି।

ପାରିବାରିକ କଳହରୁ ସ୍ୱପ୍ନା ବିଷପିଇ ଆତ୍ମହତ୍ୟା କରିଥିବା ଶାଶୂଘର ପକ୍ଷରୁ ସଫେଇ ଦିଆଯାଇଛି। ଗତ ୧୭ ତାରିଖରେ ସ୍ୱାମୀ ସହ କଳିଝଗଡ଼ା ପରେ ସ୍ବପ୍ନା ବିଷ ପିଇ ଦେଇଥିଲେ। ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱପ୍ନାଙ୍କ ମୃତ୍ୟୁ ହୋଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe